ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ

Advertisment
ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ

BBC.com

ବିଂଝାରପୁର : ବିଂଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତ ସମଲପୁର ଗ୍ରାମ ବେହେରାସାହିର ପଦିଆ ବେହେରା(୬୬)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସ୍ଵର୍ଗତ ବେହେରା ବିରି ଅମଳ କରିବା ପାଇଁ ବିରିବୋତି ଖେଳାଉଥିଲେ। ସେହି ଭିତରେ ଥିବା ଏକ ବିଷଧର ସାପ ତାଙ୍କୁ କାମୁଡ଼ିଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରି ଅପରାହ୍‌ଣରେ ଗାଁକୁ ଅଣାଯାଇ ଶେଷକୃତ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe