ପୋଖରୀରେ ବୁଡ଼ିଗଲେ ବୃଦ୍ଧ; ଆସିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରେ ମୃତ ଘୋଷଣା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଆଜି ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

drawn

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଆଜି ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ଯାଇଛନ୍ତି। ମୃତ ବ୍ୟକ୍ତି ହେଲେ ଶ୍ୟାମ ପଧାନ (୭୬)।

ସୂଚନା ଅନୁସାରେ କଳାପଥର ଗୌଡ଼ିଆବନ୍ଧକୁ ଶ୍ୟାମ ପଧାନ ଗାଧୋଇ ବାକୁ ଯାଇଥିଲେ। ସେତେବେଳେ ଗାଧୁଆ ତୁଠରେ କେହି ନ ଥିଲେ। ସେ ଏକା ଗାଧୋଉ ଥିବା ବେଳେ ପାଣିରେ ଖସି ପଡ଼ିଥିଲେ। ଆଉ ଉଠିପାରି ନଥିଲେ।

 ଶ୍ୟାମ ପଧାନ ପୋଖରୀ ବୁଡ଼ିଯିବାର କିଛି ସମୟ ପରେ ଗ୍ରାମ ମିଳନ ପଧାନ ଗାଧୋଇବାକୁ ଯାଇଥିଲେ। ସେ ଏକଥଶ ଜାଣି ପାରି ବୃଦ୍ଧଙ୍କୁ ଉଦ୍ଧାର କରି  ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରି ଥିଲେ।  ହେଲେ ଆମ୍ବୁଲାନ୍ସ ଆସି ନଥିଲା। ୱାର୍ଡ ସଭ୍ୟ ସୂର୍ଯ୍ୟ ନାରାୟଣ ପଧାନ, ଶ୍ୟାମଙ୍କ ପୁଅ ମକରଦ୍ୱଜ ପଧାନ ଏକ ବାଇକରେ ନେଇ ବୀରମହାରାଜପୁର ଡାକ୍ତରଖାନାକୁ ଚିକତ୍ସା ପାଇଁ ନେଇ ଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। 

Subarnapur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe