Odisha Bytes
ସମ୍ବଲପୁର : ସୋମବାର ଟାଉନ୍ ଥାନା ଅନ୍ତର୍ଗତ ମହାନଦୀର ଘୁନଘୁଟୀପଡ଼ା ଘାଟରେ ବୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ କ୍ଷେତରାଜପୁର ଥାନା ଘୁନଘୁଟୀପଡ଼ାର ସୁମତି ସୁନା(୭୦)। ଏସମ୍ପର୍କରେ ସୁମତିଙ୍କ ନାତୁଣୀ ଗୋଲାପୀ କୁମ୍ଭାରଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଦିନ ୨ଟାରେ ସଙ୍ଗେସଙ୍ଗେ ସୁମତିଙ୍କ ଶବ ଉଦ୍ଧାର କରାଯାଇଥିଲେ ହେଁ ଦିନ ୪ଟା ସୁଦ୍ଧା ଶବ ନଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ମିଳିଥିବା ସୂଚନା ଅନୁସାରେ, ସୋମବାର ଦିନ ଗୋଟାଏ ୪୦ ମିନିଟ୍ରେ ସୁମତି ଗାଧୋଇବାକୁ ମହାନଦୀ ଘାଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଦ ଖସିଯିବାରୁ ସେ ବୁଡ଼ି ଯାଇଥିଲେ।
Follow Us