ଅନୁଗୁଳ : ନିଆଁ ଲାଗି ବୃଦ୍ଧା ଗୁରୁତର

Advertisment
ମହଙ୍ଗା ପଡ଼ିଲା ବିଦ୍ୟୁତ୍ ଗ୍ରିଡରୁ ଚୋରି: ପୋଡ଼ିଗଲେ ଦୁଇ ଯୁବକ, ବର୍ତ୍ତିଗଲେ ଛଅ

Samaja Live English

ଅନୁଗୁଳ : ଗତକାଲି ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମରେ ଘଟିଛି ଏକ ଅଘଟଣ। ପତ୍ର ନିଆଁରୁ ଶାଢୀରେ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣବିଲ ଗାଁର ଛବି ପ୍ରଧାନଙ୍କ ସ୍ତ୍ରୀ ଗେଟେଇ ପ୍ରଧାନ(୬୨) ଗତକାଲି ଧାନ ଜମିକୁ ବାରାହା କବଳରୁ ଜଗିବାକୁ ଧାନ ଜଗିବାକୁ ଯାଇଥିଲେ। ରାତିରେ ପ୍ରବଳ ଥଣ୍ଡା ପଡ଼ିଥିଲା। ଧାନ ଜମିରେ ଥଣ୍ଡା ପ୍ରକୋପରୁ ରକ୍ଷା ପାଇବା ପାଇଁ ପତ୍ର ଜାଳି ପୁଇଁ ହେଉଥିଲେ। ଅସାବଧାନତା ଯୋଗୁ ପିନ୍ଧା ଲୁଗାରେ ନିଆଁ ଲାଗିବା ସହିତ ଶୋଇଥିବା କପଡ଼ାରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେ ନିଆଁ କବଳରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରି ନଥିଲେ। ଫଳରେ ସେ ଉକ୍ତ ଧାନ ଜମିରେ ନିଆଁ ଓ ଅତ୍ୟଧିକ ଥଣ୍ଡା ପ୍ରକୋପରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଆଜି ସକାଳେ ଘରକୁ ଗେଟେଇ ଆସିବା ବିଳମ୍ବ ହେବାରୁ ତାଙ୍କ ସ୍ବାମୀ ଛବି ଉକ୍ତ ଧାନ ଜମିକୁ ଖୋଜିବାକୁ ଯାଇଥିଲେ। ସେ ସେଠାରେ ଦେଖିଥିଲେ ଗେଟେଇଙ୍କ ଦେହରେ ନିଆଁ ଲାଗିଯିବା ସହିତ ଅଚେତ ଅବସ୍ଥାରେ ପଡ଼ିଥିଲେ। ଛବୀ ଉକ୍ତ ଧାନ ଜମିରୁ ଅଚେତ ଅବସ୍ଥାରେ ତାଙ୍କୁ ଘରକୁ ଧରି ପଳାଇ ଆସିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ସୂଚନା ଅନୁସାରେ ବୃଦ୍ଧାଙ୍କ ଦେହ ପାଖାପାଖି ୬୦ରୁ୭୦ ପ୍ରତିଶତ ପୋଡିଯାଇଛି। ସେ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe