ପୁଅର ନିର୍ଯାତନା ଅସହ୍ୟ : ଋଷିକୁଲ୍ୟାରେ ଡେଇଁଲେ ବୃଦ୍ଧ ବାପା

ଧୀବର ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତିକଲେ

ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ଗଞ୍ଜାମ : ପୁଅର ନିର୍ଯାତନା, ମାଡ଼, ଗାଳି ଦିନକୁଦିନ ଅସହ୍ୟ ହୋଇ ଚାଲିଲା। ଶେଷରେ ଅସହାୟ ବୃଦ୍ଧ ବାପା ଗଞ୍ଜାମ ନିକଟ ଋଷିକୁଲ୍ୟା ବ୍ରିଜ୍‌ ନିକଟରେ ନଦୀରେ ଡେଇଁପଡ଼ିଲେ। ଡେଇଁ ପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ବୃଦ୍ଧ ଜଣକ ହେଲେ ରାମଚନ୍ଦ୍ର ପାଣିଗ୍ରାହୀ (୭୮) ଓ ଘର ବ୍ରହ୍ମପୁର ମହାନଗର ମେଡିକାଲ୍‌ ବ୍ୟାଙ୍କ୍ କଲୋନି ନିକଟ ବାପୁଜୀ ନଗରରେ। ଋଷିକୁଲ୍ୟାରେ ମାଛ ମାରୁଥିବା ଧୀବରମାନେ ତାଙ୍କୁ ଦେଖି ତୁରନ୍ତ ପହଁରି ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ବ୍ରହ୍ମପୁର ବ୍ୟାଙ୍କ୍‌ କଲୋନି ବାପୁଜୀ ନଗରରେ ରହୁଥିବା ରାମଚନ୍ଦ୍ରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରାମଚନ୍ଦ୍ର ସାନପୁଅ ପାଖରେ ରହିବା ସମୟରେ ପ୍ରତ୍ୟହ ଖରାପ ବ୍ୟବହାର, ନିର୍ଯାତନା ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲେ। ସେ ବଲାଙ୍ଗୀରରେ ରହୁଥିବା ଝିଅ ଘରକୁ ଯାଇଥିଲେ। ସେଠାରୁ ଗତକାଲି ବ୍ରହ୍ମପୁର ବାପୁଜୀ ନଗର ସାନପୁଅ ଘରକୁ ଫେରିଥିଲେ। ସାନପୁଅର ଗାଳି, ମାଡ଼ ଅସହ୍ୟ ହୋଇ ପଡ଼ିଥିଲା। ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଅପରାହ୍‌ଣ ତିନିଟାରେ ଏକ ଅଟୋ ଯୋଗେ ଗଞ୍ଜାମ ସହରର ଋଷିକୁଲ୍ୟା ବ୍ରିଜ୍‌ରେ ପହଞ୍ଚିଥିଲେ। ସେଠାରେ ମଝିକୁ ଆସି ବ୍ରିଜ୍ ‌ଉପରକୁ ଚଢ଼ି ଋଷିକୁଲ୍ୟା ନଦୀକୁ ଡେଇଁ ପଡ଼ିଥିଲେ। ଏ ସମୟରେ ନଦୀରେ କିଛି ଦୂରରେ ମାଛ ଧରୁଥିବା ଧୀବରମାନେ ଦେଖି ସଂଗେ ସଂଗେ ନଦୀରେ ପହଁରି ଯାଇ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଡାକ୍ତରଖାନାକୁ ପଠାଇଥିଲେ। ଋଷିକୁଲ୍ୟାକୁ ଡେଇଁବା ସମ୍ପର୍କରେ ରାମଚନ୍ଦ୍ରଙ୍କୁ ପଚରାଯିବାରେ ସାନ ପୁଅ ବର୍ଷ ବର୍ଷ ଧରି ତାଙ୍କୁ ଓ ତାଙ୍କ ବଡ଼ପୁଅକୁ ନିର୍ଯାତନା ଦେଇ ଆସୁଥିବାରୁ ସେ ମର୍ମାହତ ହୋଇପଡ଼ିଥିବା କହିଛନ୍ତି। ଆଜି ପୁଣି ପୁଅର ମାଡ଼ ଓ ଗାଳିଗୁଲଜ ଅସହ୍ୟ ହୋଇ ପଡ଼ିବାରୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe