ଅର୍ଦ୍ଧନିର୍ମିତ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଟାଙ୍ଗିଆରେ ହାଣି ହତ୍ୟା

ଅର୍ଦ୍ଧନିର୍ମିତ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଟାଙ୍ଗିଆରେ ହାଣି ହତ୍ୟା

odisha.live

ବାଲିଗୁଡ଼ା: କନ୍ଧମାଳର ପଣସପୋଡ଼ି ଗ୍ରାମରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ।

ସୂଚନା ଅନୁଯାୟୀ, ବୁଡ଼ୁ ପୂଜାରୀ ଜଣେ ମିସ୍ତ୍ରୀ କାମ କରିଆସୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ସାହିରେ ‌ଲୋକେ ତାଙ୍କୁ ବୁଲୁଥିବାର ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଏହାପରେ ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ଧାରୁଆ ଟାଙ୍ଗିଆରେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡ଼ିଛି। ତାର ଗୋଟିଏ ବେକ ମୁହଁରେ ଶକ୍ତ ଆଘାତ ରହିଛି। ପୁଲିସ ଥାନା ଅଧକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe