ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ଦୁଇ ଦିନରେ ନେଲାଣି ଦୁଇଟି ଜୀବନ

ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ଦୁଇ ଦିନରେ ନେଲାଣି ଦୁଇଟି ଜୀବନ

ଯାଜପୁର: ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇଦିନରେ ହାତୀ ନେଲାଣି ଦୁଇଟି ଜୀବନ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର କର (୫୫)।

ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ବ୍ଲକ ଅଧୀନ ତଣ୍ଡରା ଗାଁର ଉପେନ୍ଦ୍ର କର ଆଜି ସକାଳେ ଶୌଚ ପାଇଁ ପଡ଼ିଆକୁ ଆଜି ସକାଳେ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ଏଣେ ଗାଁରେ ବନଅଧିକାରୀ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe