ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଅରେ ହାଣି ହତ୍ୟା!

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ସୁନ୍ଦରଗଡ଼: ଏକବିଂଶ ଶତାଦ୍ଦୀରେ ଓଡ଼ିଶା ହେଉ କି ଭାରତ, ଅନେକ ପରିବର୍ତ୍ତନ ହୋଇସାରିଛି। ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛେ ସତ, କିନ୍ତୁ ଆମର ସମାଜରୁ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ବାସ ଦୂର ହୋଇପାରି ନାହିଁ। ଏହି ଅନ୍ଧବିଶ୍ବାସକୁ କେନ୍ଦ୍ର କରି ରାଜ୍ୟରେ ବିଭିନ୍ନ ସମୟରେ ହିଂସା କାଣ୍ଡ ମଧ୍ୟ ଘଟୁଥିବାର ନଜିର ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନ୍ଧବିଶ୍ବାସ ଏବେବି ଯାଇନାହିଁ। ସୁନ୍ଦରଗଡ଼ ଜିଲ୍ଲା କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଢାପଡାରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହଳଧର ଭୋଇ (୫୮)।

ସୂଚନା ଅନୁସାରେ ଗୁଣିଆ ସନ୍ଦେହରେ କେହି ଜଣେ ଦୁର୍ବୃତ୍ତ ହଳଧର ଭୋଇଙ୍କୁ ହତ୍ଯା କରି ଘର ଠାରୁ ୨ଶହ ମିଟର ଦୂର ଏକ ଆମ୍ବ ଗଛ ତଳେ ପକାଇଦେଇଥିବା କୁହାଯାଉଛି। ମୃତଦେହକୁ ଉଦ୍ଧାର କରି କିଂଜିରକେଲା ପୁଲିସ ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe