sisat
ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ନହକା-ଖଇରା ରାସ୍ତାର ଖଣ୍ଡୁଆଳି(ଜଇଁତଳ) ଛକରେ ଗୁରୁବାର ଦିନ ଏକ ଟ୍ରାକ୍ଟର ଧକ୍କାରେ ଜଣେ ରୋଷେୟାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଏହି ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମର ଶିବ ସ୍ବାଇଁ(୭୨)।
ପୁରୀ ଠାରେ ରୋଷେୟା ଭାବେ କାମ କରୁଥିବା ଶିବ ଗୁରୁବାର ଦିନ ପୁରୀ ଯିବାକୁ ଗାଁରୁ ଯାଜପୁରରୋଡ ଯାଉଥିଲେ। ସକାଳ ପ୍ରାୟ ଆଠଟା ବେଳେ ବାଇକ୍ରେ ଯାଉଥିବା ଶିବଙ୍କୁ ନହକା-ଖଇରା ପୂର୍ତ୍ତ ବିଭାଗ ରାସ୍ତାର ଖଣ୍ଡୁଆଳି ଛକ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ବାଇକ୍ ଚଳାଉଥିବା ଅନ୍ୟଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ଶିବ ଛିଟିକି ଯାଇ ଟ୍ରାକ୍ଟର ଚକ ତଳେ ପଡ଼ିଯାଇଥିଲେ। ଟ୍ରାକ୍ଟରଟି ତାଙ୍କ ଉପରେ ମାଡ଼ି ଯାଇଥିଲା। କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଥାନା କେସ୍ ନମ୍ବର ୭୨/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ପ୍ରକାଶ ଯେ, ପୂର୍ବରୁ ସଡ଼କ ଦୁର୍ଘଟଣାରେ ଶିବଙ୍କର ଦୁଇପୁଅଙ୍କ ମୃତ୍ୟୁ ହୋଇଥିଲା।
Follow Us