ନଡ଼ିଆ ଲୋଭରେ ବୃଦ୍ଧଙ୍କୁ ଛାଡ଼ିଦେଲା ଭାଲୁ

Advertisment
ନଡ଼ିଆ ଲୋଭରେ ବୃଦ୍ଧଙ୍କୁ ଛାଡ଼ିଦେଲା ଭାଲୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅଧୀନ ମାନିଆଗୁଡ଼ା ଗ୍ରାମରେ ନଡ଼ିଆ ଲୋଭରେ ଜଙ୍ଗଲୀ ଭାଲୁ ବୃଦ୍ଧ ବ୍ୟକ୍ତିଙ୍କୁ ଆକ୍ରମଣ ନକରି ଛାଡ଼ି ଦେଇଛି। ଗତ ରବିବାର ରାତ୍ର ୧୧ ଘଣ୍ଟ ସମୟରେ ଏକ ମାଈ ଭାଲୁ ହାବୁଡ଼ରେ ପଡ଼ିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୃଦ୍ଧ ଜଣକ ମାନିଆ ଗୁଡା ଗ୍ରାମର ମଦନ ଜାନି (୬୦)। ସେ କିଛି ନଡ଼ିଆ ଫାଳ ଭାଲୁର ମୁହଁରେ ସାହାସ କରି ବୃଦ୍ଧ ଦେବା ଫଳରେ ମାଈ ଭାଲୁ ବୃଦ୍ଧଙ୍କୁ ଆକ୍ରମଣ ନ କରି ଜଙ୍ଗଲକୁ ଦୁଇ ଛୁଆ ଭାଲୁ ସହ ଚାଲି ଯାଇଥିଲା। ତେବେ ନଡିଆ ଦେବା ପୂର୍ବରୁ ବୃଦ୍ଧର ଡାହାଣ ହାତକୁ କାମୁଡ଼ିବା ଫଳରେ ବୃଦ୍ଧ ଜଣକ କ୍ଷତାକ୍ତ ହୋଇ ତଳେ ପଡ଼ି ଆହତ ହୋଇଥିଲେ। ସାହସ ସଞ୍ଚୟ କରି ମଦନ ନିଜ ଘରକୁ ଆସିବା ପରେ ପରିବାର ଲୋକ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ କେଲିଆ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ନେଇ ଗତ ରବିବାର ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। କେଲିଆ ମନ୍ଦିର ଠାରୁ ପାହାଡ଼ ଜଙ୍ଗଲ ଘେରା ୩ କିମି ଦୂରରେ ପାର୍ବତୀଙ୍କ ମନ୍ଦିର ଥିବାରୁ ସେଠାରେ ପୂଜାରୀମାନଙ୍କ ସହ ରାତ୍ର ଉଜାଗର ହେବାକୁ ମାନିଆଗୁଡା ଗ୍ରାମର ମଦନ ଜାନି ବାହାରିଥିଲା। ଯିବା ସମୟରେ ଏକ ବ୍ୟାଗରେ ଝାଡେଶ୍ୱର ମନ୍ଦିରରେ ପୂଜା ହୋଇଥିବା କିଛି ନଡିଆ ଫାଳ ଧରି ରାତ୍ର ୧୦ ଘଣ୍ଟ ୩୦ ମିନିଟରେ ବାହାରିଥିଲେ। ତେବେ ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ଶେଷରେ ଥିବା ପାର୍ବତୀ ମନ୍ଦିରକୁ ଯିବାକୁ ସମସ୍ତେ ବାରଣ କରିବା ସ୍ଵତ୍ୟେ ଭଗବାନଙ୍କ ଉପରେ ବିଶ୍ୱାସ ରଖି ମଦନ ଜାନି ବାହାରିଥିଲା। ଅଧା ରାସ୍ତାରେ ଏକ ମାଈ ଭାଲୁ ତାର ଦୁଇଟି ଛୁଆ କୁ ଧରି ଶୋଇ ଥିଲା। ହଠାତ୍ ଭାଲୁ ଓ ମଦନ ମୁହା ମୁଁହି ହୋଇଯାଇଥିଲେ। ଭାଲୁ ମଦନକୁ ଆକ୍ରମଣ କରିଥିଲା। ମଦନ ଜୀବନ ବଞ୍ଚାଇବା ପାଇଁ ବ୍ୟାଗ ରେ ଥିବା ଦୁଇଟି ନଡିଆ ଫାଳ ଭାଲୁର ମୁଁହ ରେ ଦେଇଥିଲା। ଭାଲୁ ନଡିଆ ଫାଳ ପାଇବା ପରେ ମଦନକୁ ଆକ୍ରମଣ କରି ନଥିଲା। ନଡ଼ିଆ ଖାଇଥିଲା ଏବଂ ସେହି ସ୍ଥାନରୁ ଚାଲି ଯାଇଥିଲା।

ତେବେ ନଡିଆ ଭାଲୁର ମୁହଁରେ ଦେବା ସମୟରେ ଭାଲୁ ମଦନର ଡାହାଣ ହାତକୁ କାମୁଡି କ୍ଷତାକ୍ତ କରିଥିବା ବେଳେ ତଳେ ପଡ଼ି ମଦନ ଆହତ ହୋଇଲେ। ଭାଲୁ ମୁହଁରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିବାକୁ ପରେ ବୃଦ୍ଧ ପାର୍ବତୀ ମନ୍ଦିରକୁ ନ ଯାଇ ଚାଲି ଚାଲି ନିଜ ଘରକୁ ଫେରିଥିଲେ। ସେଠାରୁ ପରିବାର ଲୋକେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ମଦନ ସୁସ୍ଥ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe