ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭାସି ବୃଦ୍ଧ ନିଖୋଜ

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭାସି ବୃଦ୍ଧ ନିଖୋଜ

ଜୟପାଟଣା, ୫ା୧୧ (ଇମିସ): ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭାସି ଖଇରଭାଡ଼ି ଗାଁର ଭିକାରି ରାଉତ (୫୦ବର୍ଷ) ନିଖୋଜ ହୋଇ ଯାଇଛନ୍ତି। ଜୟପାଟଣା ବ୍ଲକ‌୍ ଉଛୁଳା ପଞ୍ଚାୟତ ଲଡୁଗାଁ ନିକଟସ୍ଥ ଖଇରଭାଡ଼ି ଗାଁର ଭିକାରି ରବିବାର ମଧ୍ୟାହ୍ନରେ ତାଙ୍କ ଚାଷ ଜମି ନିକଟକୁ ଗାଈଗୋରୁ ଚରାଇବାକୁ ଆସିଥିବା ବେଳେ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ କେନାଲର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଥିବା ଲୋକଙ୍କଠାରୁ ଖବର ପାଇ କୋକସରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe