ବୃଦ୍ଧ ନିଖୋଜ, ଖୋଜିବା ପାଇଁ ତାନ୍ତ୍ରିକଙ୍କ ସାହାରା ନେଲେ ପରିବାର

Advertisment

ବିଜ୍ଞାନ ଯୁଗରେ ମନ୍ତ୍ରତନ୍ତ୍ର ପାଠ ଚାଲିଛି। ଜଣେ ନିଖୋଜ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ତାନ୍ତ୍ରିକ ଉଦ୍ୟମ କରିଛନ୍ତି। ବୌଦ୍ଧ ଥାନା ଟିକରପଡ଼ା ଗ୍ରାମପଞ୍ଚାୟତ କତମସିଂ ଗ୍ରାମରେ ଗୁରୁବାର ଅପରାହ୍‌ଣ ୪ ଘଣ୍ଟା ସମୟରେ ଏହି ଭଳି ପ୍ରୟାସ କରାଯାଇଛି। ନିଖୋଜ ବୃଦ୍ଧ ହେଲେ ବିଷ୍ଣୁ ମହାନନ୍ଦିଆ।

ବିଜ୍ଞାନ ଯୁଗରେ ମନ୍ତ୍ରତନ୍ତ୍ର ପାଠ ଚାଲିଛି। ଜଣେ ନିଖୋଜ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ତାନ୍ତ୍ରିକ ଉଦ୍ୟମ କରିଛନ୍ତି। ବୌଦ୍ଧ ଥାନା ଟିକରପଡ଼ା ଗ୍ରାମପଞ୍ଚାୟତ କତମସିଂ ଗ୍ରାମରେ ଗୁରୁବାର ଅପରାହ୍‌ଣ ୪ ଘଣ୍ଟା ସମୟରେ ଏହି ଭଳି ପ୍ରୟାସ କରାଯାଇଛି। ନିଖୋଜ ବୃଦ୍ଧ ହେଲେ ବିଷ୍ଣୁ ମହାନନ୍ଦିଆ।

Boudh

Photo: Sambad

ଲକ୍ଷ୍ମୀପ୍ରସାଦ: ନିଖୋଜ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ତାନ୍ତ୍ରିକ ନିୟୋଜିତ ହୋଇଛନ୍ତି। ବୌଦ୍ଧ ଥାନା ଟିକରପଡ଼ା ଗ୍ରାମପଞ୍ଚାୟତ କତମସିଂ ଗ୍ରାମରେ ଗୁରୁବାର ଅପରାହ୍‌ଣ ୪ ଘଣ୍ଟା ସମୟରେ ଏହି ଭଳି ପ୍ରୟାସ କରାଯାଇଛି। ନିଖୋଜ ବୃଦ୍ଧ ହେଲେ ବିଷ୍ଣୁ ମହାନନ୍ଦିଆ। ସେ ଏକ ସପ୍ତାହ ହେଲା ନିଖୋଜ ଅଛନ୍ତି। 
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଜଡାପାଲ ଗ୍ରାମର ବିଷ୍ଣୁ ମହାନନ୍ଦିଆ ନିଜ ଝିଅ ଜ୍ୱାଇଁଙ୍କ ଘରେ ଆଜକୁ ୩୦ ବର୍ଷ ହେବ କତମ୍ ସିଂ ଗ୍ରାମରେ ରହୁଥିଲେl ଗତ ସପ୍ତାହେ ତଳେ ବିଷ୍ଣୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେl ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ନପାଇ ନିରାଶ ହୋଇଥିଲେ l ବିଷ୍ଣୁଙ୍କ ଜ୍ୱାଇଁ ତଥା ଟିକରପଡ଼ା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଫଗୁ ରଣବିଡା ଶ୍ବଶୁରଙ୍କୁ ଖୋଜିବା ପାଇଁ ଆଜି ତାନ୍ତ୍ରିକଙ୍କ ସାହାରା ନେଇଥିଲେ।

ବୌଦ୍ଧ ବ୍ଲକ୍ ଜଡାପାଲ ଗ୍ରାମର ବିଷ୍ଣୁ ମହାନନ୍ଦିଆ ନିଜ ଝିଅ ଜ୍ୱାଇଁଙ୍କ ଘରେ ଆଜକୁ ୩୦ ବର୍ଷ ହେବ କତମ୍ ସିଂ ଗ୍ରାମରେ ରହୁଥିଲେl ଗତ ସପ୍ତାହେ ତଳେ ବିଷ୍ଣୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେl ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ନପାଇ ନିରାଶ ହୋଇଥିଲେ l

ଆମ୍ବଝରୀ ଗ୍ରାମପଞ୍ଚାୟତ କରଡ଼ାପଡ଼ା ଗ୍ରାମର ଖଟ ମହାପୁରୁ ସାଧନା କରିଥିବା ଜଣେ ବୃଦ୍ଧ ତାନ୍ତ୍ରିକଙ୍କୁ ଡାକିଥିଲେ। ଆଜି ଅପରାହ୍ଣରେ ଏକ ଖଟକୁ ପୂଜାର୍ଚ୍ଚନା କରିବା ପରେ ୪ଜଣ ବ୍ୟକ୍ତି ଖଟକୁ ଧରି ସାଲୁଙ୍କି ନଦୀ କୂଳରେ ବୁଲାଇ ଥିଲେ। ଏହା ଦେଖିବା ପାଇଁ କୌତୂହଳ ବଶତଃ ଆଜି ଅନେକ ସ୍ଥାନୀୟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲାl ଶେଷ ସୂଚନା ଅନୁଯାୟୀ ନିଖୋଜ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe