ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ୪ ମୃତ

News Post

ମେଲଛାମୁଣ୍ତା : ବରଗଡ଼ ଜିଲ୍ଲା ମେଲଛାମୁଣ୍ତା ଥାନା ଅର୍ନ୍ତଗତ ଖଲିଆମୁଣ୍ତା ଗ୍ରାମରେ ବୁଧବାର ସକାଳେ ଏକ ବଣୁଆ ହାତୀ ପଶି ଆତଙ୍କ ସୃଷ୍ଟି କରିଥିଲା। ପରେ ଦେବେନ୍ଦ୍ର ବଢ଼େଇ (୬୦)ଙ୍କୁ ଦଳି ମାରି ଦେଇଥିଲା। ଏଥିସହ ହାତୀଟି ହରେକୃଷ୍ଣ ବଢେଇଙ୍କ ଗାଈକୁ ମାରିବା ସହ ନଳକୂପ ଭାଙ୍ଗି ଦେଇଛି। ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା ପଠାଇଥିଲା। ଘେଁସ ରେଂଜର ଗଜେନ୍ଦ୍ର ଏଣ୍ତଜା ଏବଂ ବନ କର୍ମଚାରୀ ମଧ୍ୟ ସେଠାରେ ପହଂଚିଥିଲେ। ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ବନବିଭାଗ ପକ୍ଷରୁ ହାତୀକୁ ଝାଂଜ ପାହାଡ଼କୁ ଘଉଡାଇବା ପାଇଁ ଉଦ୍ୟମ ଚାଲିଛି।

ମଙ୍ଗଳବାର ରାତିରେ ତିନୋଟି ହାତୀ ଗାଇସିଲେଟ ପଟରୁ ଚାଲିଆସିଥିଲେ। ଦୁଇଟି ହାତୀ ଝାଂଜ ପାହାଡକୁ ଚାଲିଯାଇଥିବା ବେଳେ ଗୋଟିଏ ହାତୀ ଏକୁଟିଆ ଖଲିଆମୁଣ୍ତା ଗ୍ରାମରେ ଘୂରି ବୁଲୁଥିଲା। ସେହି ସମୟରେ ଦେବେନ୍ଦ୍ର କ୍ଷେତକୁ ଯାଇଥିବାବେଳେ ବଣୁଆ ହାତୀ ହାବୁଡ଼ରେ ପଡ଼ିଥିଲେ। ମଂଗଳବାର ରାତିରୁ ହାତୀ ଘେଁସ ରେଂଜର ଦୀପ୍ତିପୁର ସେକ୍ସନକୁ ପ୍ରବେଶ କରିଥିଲେ ସୁଦ୍ଧା ବନ ବିଭାଗ ଟେର ପାଇ ନଥିଲା। ବନବିଭାଗ ତତ୍ପରତା ଦେଖାଇଥିଲେ ଦେବେନ୍ଦ୍ରଙ୍କ ଜୀବନ ବଂଚିଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe