ଗାଧୁଆ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ବ୍ରଜରାଜନଗର : ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ଜାହାଡ଼ ପଡ଼ିଆରେ ରହୁଥିବା ଟିଆର୍‌ଏଲ୍‌ କ୍ରୋସାକିର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ତାଙ୍କ ଗାଧୁଆ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ମୃତିକାନ୍ତ ଦାଶ (୬୯)। ୩ ଦିନ ତଳେ ସେ ହାଇଦ୍ରାବାଦରେ ରହୁଥିବା ତାଙ୍କ ପୁଅ ନିକଟରୁ ବେଲପାହାଡ଼ ଆସିଥିଲେ। ଆଜି ସକାଳେ ତାଙ୍କ ପୁଅ ସୁବ୍ରତ ଦାଶ ଫୋନ କରିବାରୁ ସେ ଫୋନ ଧରି ନଥିଲେ। ଫଳରେ ତାଙ୍କର ସନ୍ଦେହ ହୋଇଥିଲା। ଏନେଇ ସେ ତାଙ୍କର ସମ୍ପର୍କୀୟ ଏବଂ ପୁଲିସକୁ ଫୋନ୍‌ କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭିତରୁ ବନ୍ଦ ଥିବା ଦେଖିବାକୁ ପାଇଥିଲା। ମ୍ୟାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଖୋଲି ଭିତରେ ପଶିବା ପରେ ସ୍ମୃତିକାନ୍ତ ଗାଧୁଆ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଟିଆର୍‌ଏଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିବାର ତାଙ୍କ ପୁଅ ହାଇଦ୍ରାବାଦ୍‌ରୁ ଆସିବା ପରେ ଶବ ବ୍ୟବଛେଦ ହେବ। ସ୍ମୃତିକାନ୍ତଙ୍କ ବଡ଼ ପୁଅଙ୍କ ୩ ମାସ ତଳେ କୋଭିଡ୍‌ରେ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe