କୂଅରୁ ବୃଦ୍ଧାଙ୍କ ଶବ ଉଦ୍ଧାର

Advertisment
ଆଖିଫୁଟା ଗଣହତ୍ୟା ଘଟଣା: ତଥାପି ପୁଲିସ୍ ହାତ ଖାଲି

deccan herald

ବାମରା : ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ଗୌନ୍ତିଆ ପଡ଼ା ନିବାସୀ ସ୍ବର୍ଗତ କ୍ଷୀରୋଦ ବିହାରୀ ନାୟକଙ୍କୁ ପତ୍ନୀ ସୁଲୋଚନା ନାୟକ(୮୫)ଙ୍କ ଶବକୁ ବୁଧବାର ସକାଳେ ଏକ କୂଅରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବାମରା ଟିଏଫ୍‌ କଲେଜର ଅଧ୍ୟାପକ ସୁଶିଲ ନାୟକ ନିଜ ପରିବାର ବର୍ଗଙ୍କ ସହିତ ଅନ୍ୟତ୍ର କେଉଁଆଡ଼େ ଯାଇଥିବା ବେଳେ ତାଙ୍କର ବୃଦ୍ଧା ମା’ ସୁଲୋଚନା ଏକୁଟିଆ ଘରେ ଥିଲେ। ଗତ ମଙ୍ଗଳବାର ଦିନ ତାଙ୍କୁ ପାଖ ପଡ଼ିଶା ଦେଖିଥିବା ବେଳେ ବୁଧବାର ତାଙ୍କ ନିଜ କୂଅରେ ସୁଲୋଚନାଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀମାନେ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅନ୍ୟପଟେ ଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ।

ପୁଲିସ ଉପସ୍ଥିତିରେ ଅଗ୍ନିଶମ ଅଧିକାରୀ ସାମୁଏଲ ବୁଡ଼, ରାମ ରତନ ଭିତରିଆ ସମେତ ଅନ୍ୟାନ୍ୟ ଷ୍ଟାଫମାନେ ମିଶି  କୂଅ ଭିତରୁ ଶବ ଉଦ୍ଧାର କରିଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe