Suspected of killing for gold: ଘର ଭିତରୁ ବୃଦ୍ଧାଙ୍କ ଦଗ୍ଧ ମୃତ ଶରୀର ଉଦ୍ଧାର: ସୁନା ପାଇଁ ହତ୍ୟା ସନ୍ଦେହ

Advertisment

ଜଣେ ବୃଦ୍ଧାଙ୍କ ସଂପୂର୍ଣ ପୋଡିଯାଇଥିବା ମୃତଦେହ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି ୭୫ ବର୍ଷ....

ଜଣେ ବୃଦ୍ଧାଙ୍କ ସଂପୂର୍ଣ ପୋଡିଯାଇଥିବା ମୃତଦେହ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି ୭୫ ବର୍ଷ....

Old man's burnt body recovered from house: Murder suspected for gold

Old man's burnt body recovered from house: Murder suspected for gold Photograph: (sambad.in)

ଅମ୍ବାଦୋଳା/ରାୟଗଡା: ଜଣେ ବୃଦ୍ଧାଙ୍କ ସଂପୂର୍ଣ ପୋଡ଼ି ଯାଇଥିବା ମୃତଦେହ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି ୭୫ ବର୍ଷ ।  

ଶନିବାର ସକାଳୁ ପୋଡ଼ା ଗନ୍ଧ ଆସୁଥିବା ଏବଂ ବୃଦ୍ଧା ବାହାରକୁ ବାହରି ନଥିବା ଦେଖି ଗ୍ରାମବାସୀମାନେ ଗୃହକୁ ପ୍ରବେଶ କରିଥିଲେ । ପ୍ରବେଶ କରିବା ସମୟରେ କବାଟ ଭଙ୍ଗା ‌ଯାଇଥିଲା। ବୃଦ୍ଧାଙ୍କ ପ୍ରାୟ ସଂପୂର୍ଣ ପୋଡ଼ା ମୃତ ଦେହ ଦେଖିବାକୁ ମିଳିଥିଲା । ବୃଦ୍ଧାଙ୍କ  ଆଣ୍ଠୁ ତଳ ଦୁଇ ଗୋଡ଼କୁ ଛାଡିଲେ ଅନ୍ୟାନ୍ୟ ଶରୀର ସଂପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ:Police Flag March:ବଡ଼ଦିନ ପାଇଁ ଗାଁ ଗାଁରେ ପୁଲିସର ଫ୍ଲାଗମାର୍ଚ୍ଚ

ଘଟଣା ସଂପର୍କ‌ରେ  ଖବର ପାଇ ଆମ୍ବଦୋଳା ଆଇଆଇସି କଳ୍ପନା ବେହେରା  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସଂପର୍କରେ ଖବର ପାଇ ମୁନିଗୁଡ ଆଇଆଇସି ସୌଦାମିନୀ ବେହେରା  ଏବଂ ଏସଡିପିଓ ସନ୍ତୋଷିନୀ ଓରାମ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ଘରଟି ସୁରକ୍ଷିତ ଅବସ୍ଥାରେ ରହିଥିବା ଏବଂ ଘରେ ଭିତରେ ବୃଦ୍ଧାଙ୍କ ପୋଡ଼ା ମୃତଦେହ ମିଳିବା ଘଟଣା ଏବଂ କବାଟ ଭଙ୍ଗାଯାଇଥିବା ଘଟଣାକୁ ଲକ୍ଷ କରି ସ୍ଥାନୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଆଲୋଚନା ଆରମ୍ଭ କରିଦେଇଥିଲେ ।

ଘଟଣାରୁ ଗୁରୁତ୍ବତା ଅନୁଭବ କରି ପୁଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମକୁ ଡକାଇଥିଲା। ସାଇଣ୍ଟିଫିକ ଟିମ୍ ତଦନ୍ତ ବେଳେ ବୃଦ୍ଧାଙ୍କୁ ପ୍ରଥମେ ଗଳାକାଟିଥିବା  ଏବଂ ପରେ  ପ୍ରମାଣ ଲୁଚାଇବା ପାଇଁ ତାଙ୍କୁ ପୋଡ଼ି ଦେଇଥିବା ସନ୍ଦେହ ସୃଷ୍ଟି କରିଛି ।

ରାୟଗଡା ଏସ ପି ଛୁଟିରେ ରହିଥିବାରୁ ରାୟଗଡା ଜିଲ୍ଲା ଅତିରିକ୍ତ ଦାୟିତ୍ବରେ ଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଦେବରକୋଣ୍ଡା ନାଗରାଜ ମଧ୍ୟ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବା ଜଣାପଡିଛି।

କାନ ଓ ନାକରେ ସୁନା ପିନ୍ଧିଥିଲେ

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୃଦ୍ଧା ଜଣଙ୍କ କାନ ଓ ନାକରେ ସୁନା ପିନ୍ଧିଥିଲେ ଏବଂ ଘରେ ସେ ଏକୁଟିଆ ରହୁଥିଲେ । ବୃଦ୍ଧାଙ୍କ ସୁନା ଲୁଟିବା ପାଇଁ ଆସି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ:Journalist's Health Card: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନରେ ବିଭ୍ରାଟ

ପୁଲିସ ବୃଦ୍ଧାଙ୍କ ଗୋଡ ଏବଂ  ପାଉଁଶ ଉଦ୍ଧାର କରି ଶବ ବ୍ୟବଛେଦ ଏବଂ ଅଧିକା ତଦନ୍ତ ପାଇଁ ଏଫ ଏମ ଟି ବ୍ରହ୍ମପୁର ପଠାଇଥିବା ଜଣାପଡିଛି। ପୁଲିସ ଘଟଣାରେ ତଦନ୍ତ କରୁଛି ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମ ପ୍ରକାଶ କରିଛନ୍ତି । ବୃଦ୍ଧାଙ୍କ ପୁଅ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ରିପୋର୍ଟ: ଶିବପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe