ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ମହାପରାୟଣ ଗାଡ଼ି: ବାଇକ୍‌ରେ ବୁହାହେଲା ବୃଦ୍ଧଙ୍କ ମୃତଦେହ

Advertisment
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ମହାପରାୟଣ ଗାଡ଼ି: ବାଇକ୍‌ରେ ବୁହାହେଲା ବୃଦ୍ଧଙ୍କ ମୃତଦେହ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପରାୟଣ ଗାଡ଼ି ନ ମିଳିବାରୁ ପରିବାର ଲୋକ ଏକ ମୃତଦେହକୁ ବାଇକ୍‌ରେ ବୋହିଛନ୍ତି। ଏହିଘଟଣା ସରକାରଙ୍କ ମହାପରାୟଣ ଆମ୍ବୁଲାନ୍‌ସ ସେବା ଯୋଜନାର ବାସ୍ତବ ରୂପକୁ ପଦାରେ ପକାଇ ଦେଇଛି।

ମୃତ ବ୍ୟକ୍ତି ହେଲେ, ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୫ କିମି ମଧ୍ୟରେ ଥିବା ନବଘନପୁର ଗ୍ରାମର ପଞ୍ଚୁ ବେହେରା(୮୦)। ପଞ୍ଚୁଙ୍କ ପୁଅ କୀର୍ତ୍ତନଙ୍କ କହିବା ଅନୁଯାୟୀ, ପ୍ରବଳ ଗ୍ରୀଷ୍ମ ପାଇଁ ଆଜି ସନ୍ଧ୍ୟା ସମୟରେ ବାପା ପଞ୍ଚୁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଏକ ଅଟୋରେ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ମୃତ‌ଦେହ ନେବାକୁ ସମ୍ପୃକ୍ତ ଅଟୋଚାଳକ ରାଜି ହୋଇନଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହପରାୟଣ ଗାଡ଼ି ବି ମିଳିନଥିଲା। ମହାପରାୟଣ ଗାଡ଼ିର ପରିଚାଳନ‌ା ଦାୟିତ୍ବ ନୟାଗଡ଼ ମୁନିସିପାଲିଟିକୁ କିଛି ବର୍ଷ ହେବ ଦିଆଯାଇଛି। ତାହା ଏବେ ଖରାପ ଥିବା ଜଣାପଡ଼ିଥିଲା। ଘରୋଇ ଆମ୍ବୁଲାନ୍ସ ଅତ୍ୟଧିକ ଦର କହିବାରୁ ବାଧ୍ୟହୋଇ ବାଇକ୍‌‌ରେ ମୃତଦେହ ଘରକୁ ଆଣିଥିବା କୀର୍ତ୍ତନ କହିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପରାୟଣ ଗାଡ଼ି ନମିଳିବାରୁ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତେବେ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର କହିଛନ୍ତି, ମରାମତି ହୋଇ ଆସିଥିଲା। ହେଲେ, ଏହା ଖରାପ ହୋଇପଡ଼ିଥିବାରୁ ଗତକାଲି ପୁଣି ମରାମତି ନିମନ୍ତେ ପଠାଯାଇଥିବା ସେ କହିଛନ୍ତି।

ଏଭଳି ଅବ୍ୟବସ୍ଥା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe