ସର୍ବ ସମ୍ମୁଖରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ବଢ଼େଇମୁଣ୍ଡାଠାରେ ରବିବାର ଭୋର୍‌ ୫ ଟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି। ବଢ଼େଇମୁଣ୍ଡା ମଝିପଡ଼ା ଠାରେ ରହୁଥିବା ଜଣେ ୭୨ ବର୍ଷ ବୟସ୍କା ବିଧବା ମହିଳା ଉଷା ପ୍ରଧାନଙ୍କୁ ସେହି ସାହିର ଯୁବକ ସୁକେଶ ପ୍ରଧାନ ରାସ୍ତା ଉପରେ ଘୋଷାଡ଼ି ନେଇ ପଥର ଛେଚି ହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ଟାଉନ ଥାନା ଆଇଆଇସି ସାବିତ୍ରୀ ବଳଙ୍କଠାରୁ ପ୍ରକାଶ ଯେ, ଅଭିଯୁକ୍ତ ସୁକେଶ କୌଣସି କାରଣରୁ ଅସୁସ୍ଥ ରହୁଥିଲା। ଡାକ୍ତର ଦେଇଥିବା ଔଷଧ ଖାଉ ନଥିଲା। ଏ ନେଇ ସୁକେଶର ମା’ ସାବିତ୍ରୀ ଚିନ୍ତିତ ଥିବା ବେଳେ ପୁଅ ଔଷଧ ଖାଉନଥିବା କଥା ବୃଦ୍ଧା ଉଷାଙ୍କୁ କହିଥିଲେ। ଉଷା ଭାତରେ ଔଷଧ ମିଶାଇ ପୁଅକୁ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ସାବିତ୍ରୀ ପୁଅକୁ ଭାତରେ ଔଷଧ ମିଶାଇ ଦେଇଥିଲେ। ଏହା ଜାଣିପାରି ପୁଅ ସୁକେଶ ରାଗି ଯାଇଥିଲା।

ବୃଦ୍ଧା ଉଷା ତା’ର ମାକୁ  ଶିଖେଇ ତାକୁ ଔଷଧ ଦେଇ ଅସୁସ୍ଥ କରୁଥିବା ଅଭିଯୋଗ କରି ବୃଦ୍ଧାଙ୍କୁ ଟାର୍ଗେଟ କରିଥିଲା। ରବିବାର ସକାଳେ ବୃଦ୍ଧା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ସୁକେଶ ତାକୁ ଘୋଷାଡ଼ି ନେଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣା ପଡ଼ିଛି। ବୃଦ୍ଧାକୁ ଆକ୍ରମଣ କଲା ବେଳେ ସୁକେଶଙ୍କ ମା’ ସାବିତ୍ରି ପୁଅକୁ ବାରଣ କରୁଥିବା ମଧ୍ୟ ପୁଲିସ କହିଛି। ମୃତ ବୃଦ୍ଧା ଏକୁଟିଆ ରହୁଥିବା ବେଳେ ତାଙ୍କ ଝିଅ ଜ୍ବାଇଁ ଲଇକେରାଠାରେ ରହୁଥିଲେ। ବୃଦ୍ଧା ଜଣକ ଭୋଜିଭାତିରେ ରୋଷେଇ କାର୍ଯ୍ୟରେ ସହାୟତା କରି ଚଳୁଥିଲେ। ଘଟଣା ପରେ ବୃଦ୍ଧାଙ୍କ ଜ୍ବାଇଁ ଖେଡ଼ୁ କିସାନଙ୍କ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁକେଶକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe