ପୁରୁଣା ଦୋକାନୀଙ୍କ ଗଚ୍ଛିତ ମଦ ଏବେ ଢ଼ାବାରେ!

Advertisment

ଲକ୍‌ଡାଉନ୍, ନାଇଟ୍ କର୍ଫ୍ୟୁର ଉଠାଉଛନ୍ତି ଫାଇଦା, ଜିଲ୍ଲାରେ ରହିଛି ୪୭ଟି ବିଦେଶୀ ମଦ ଦୋକାନ

ଲକ୍‌ଡାଉନ୍, ନାଇଟ୍ କର୍ଫ୍ୟୁର ଉଠାଉଛନ୍ତି ଫାଇଦା, ଜିଲ୍ଲାରେ ରହିଛି ୪୭ଟି ବିଦେଶୀ ମଦ ଦୋକାନ

ପୁରୁଣା ଦୋକାନୀଙ୍କ ଗଚ୍ଛିତ ମଦ ଏବେ ଢ଼ାବାରେ!

ରାଉରକେଲା : ଗତ ୩୦ରୁ ଶେଷ ହୋଇଯାଇଛି ପୁରୁଣା ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଅବଧି। ଲଟେରି ମାଧ୍ୟମରେ ମଦ ଦୋକାନ ଖୋଲିବାକୁ ଅନୁମତି ପାଇଥିବା ନୂଆ ବ୍ୟବସାୟୀ ଗତକାଲି ଠାରୁ ନିଜର ବେପାର ଆରମ୍ଭ କରିବାର ଥିଲା। ଲକ୍‌ଡାଉନ୍ ଯୋଗୁ ନୂଆ ବ୍ୟବସାୟୀମାନେ ମଦ ଦୋକାନ ଖୋଲି ପାରି ନାହାନ୍ତି। ଆଜି (ସୋମବାର) ନିଜ ନିଜ ଦୋକାନ ଖୋଲିବାକୁ ଯାଉଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କିଛି ପୁରୁଣା ବ୍ୟବସାୟୀ। ଯେଉଁମାନେ ପୁଣିଥିରେ ସେହି ଦୋକାନକୁ ହାତେଇବାର ସକ୍ଷମ ହୋଇଛନ୍ତି।

publive-image

ମାତ୍ର ଯେଉଁମାନଙ୍କ ନାମ ଲଟେରିରେ କଟିଯାଇଛି ସେମାନଙ୍କ ମଧ୍ୟରୁ କିଛି ବ୍ୟବସାୟୀ ନିଜ ନିଜ ଦୋକାନରେ ଗଚ୍ଛିତ ମଦ ରାତାରାତି ଢ଼ାବା ମାଲିକଙ୍କ ଗୋଦାମକୁ ପଠାଇ ଦେଇଛନ୍ତି। ନିକଟରେ ଗୋଟିଏ ସ୍ଥାନରୁ ଅର୍ଥାତ୍ ସେକ୍ଟର-୨୧ ନୟାବଜାର ଛକରୁ ପ୍ଲାଣ୍ଟସାଇଟ୍ ପୁଲିସ ପେଟି ପେଟି ମଦ ଜବତ କରିଥିଲା। ଥରେ କି ଦୁଇ ଥର ନୁହେଁ ୩ରୁ ଅଧିକ ଥର ବିଦେଶୀ ମଦ ବୋଝେଇ ଅଟୋ ଜବତ ହୋଇଥିଲା। ଏସବୁ ମଦ କୁଆଡେ ସ୍ଥାନୀୟ ଅଞ୍ଚଳର ଢ଼ାବାଗୁଡ଼ିକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏମିତି ବିଭିନ୍ନ ବ୍ରାଣ୍ଡର ଶହ ଶହ ପେଟି ମଦ ସହର ପ୍ରମୁଖ ଢ଼ାବାରେ ଗଚ୍ଛିତ ରହିଛି। ପୁରୁଣା ବ୍ୟବସାୟୀ ଓ ଢ଼ାବା ମାଲିକମାନେ ମିଶି ଲକ୍‌ଡାଉନ୍, ନାଇଟ୍ କର୍ଫ୍ୟୁର ଫାଇଦା ଉଠାଉଛନ୍ତି। ନିର୍ଦ୍ଧାରିତ ଦର ଠାରୁ ଦେଢ଼ରୁ ଦୁଇଗୁଣା ବିକିବା ଆରମ୍ଭ କରି ଦେଇଛନ୍ତି। ଆଗାମି ୫ ରୁ୧୫ ଦିନ ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଉଥିବାରୁ ଢ଼ାବାରେ ଗଚ୍ଛିତ ଥିବା ଏସବୁ ପେଟି ପେଟି ମଦ ବିକ୍ରି ହେବାକୁ ଯାଉଛି। ସହରର ପ୍ରମୁଖ ଢ଼ାବାରେ ସ୍ଥାନୀୟ ପୁଲିସ, ଅବକାରୀ ପୁଲିସ ଚଢ଼ଉ କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି। ସେପଟେ ପୁରୁଣା ବ୍ୟବସାୟୀଙ୍କର ଯେଉଁସବୁ ସ୍ଥାନରେ ଦୋକାନ ରହିଥିଲା ସେସବୁ ସ୍ଥାନରେ ନୂଆ ବ୍ୟବସାୟୀ ଦୋକାନ ଖୋଲିବେ କି ନାହିଁ, ତାହା ଆଗାମି ଦିନରେ ହିଁ ଜଣାପଡିବ।

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାରେ ମୋଟ ୪୭ ବିଦେଶୀ ମଦ ଦୋକାନ ଖୋଲିବ। ଏଥିମଧ୍ୟରୁ ରାଉରକେଲା ସହରରେ କେବଳ ୨୦ଟି ଦୋକାନ ରହିଛି। ଏସବୁ ଦୋକାନ କୋଏଲନଗର, ସେକ୍ଟର-୫, ଉଦିତନଗର, ସେକ୍ଟର-୧୯, ସେକ୍ଟର-୨, ସେକ୍ଟର-୧୫, ୭ ଆଣ୍ଡ୮ ଏରିଆ, ଗାନ୍ଧିରୋଡ, ଡେଲିମାର୍କେଟ, ବାସନ୍ତୀ କଲୋନି, ବିଶ୍ରାରୋଡ, ପାୱାର ହାଉସ୍ ରୋଡ, ବିର୍ସା ମୁଣ୍ଡା ଛକ, ଫର୍ଟିଲାଇଜରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe