ଶାବଳରେ ପିପିପିଟି ବୃଦ୍ଧା ସ୍ତ୍ରୀଙ୍କର ଜୀବନ ନେଲା ବୃଦ୍ଧ ସ୍ବାମୀ

Advertisment
ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ମାର୍ଶାଘାଇ: ସ୍ତ୍ରୀଙ୍କୁ ଶାବଳରେ ପିଟିପିଟି ସ୍ବାମୀ ହତ୍ୟା କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କମଳା ଓଝା (୬୨)।

ସୂଚନା ଅନୁସାରେ ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୂର ପଂଚାୟତର ମଧୁସୂଦନପୁର ଗ୍ରାମର ଅଜୟ ଓଝା ଓ ତାଙ୍କର ପତ୍ନୀ କମଳା ଓଝା (୬୨)ଙ୍କ ମଧ୍ୟରେ ନିତିଦିନିଆ ଝଗଡ଼ା ହୋଇଥାଏ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। ଏହା ଅନ୍ୟ ଦିନ ତୁଳନାରେ ଅଧିକ ଥିଲା। କଳହ ଉଗ୍ରରୂପ ନେଇଥିଲା। ଅଜୟ ଉତ୍ତେଜିତ ହୋଇ ଘର ଭିତରୁ ଏକ ଶାବଳ ଆଣିଥିଲା। ଏଥିରେ ସେ ସ୍ତ୍ରୀଙ୍କୁ ଲଗାତାର ଆକ୍ରମଣ କରିଥିଲେ। ସ୍ବାମୀଙ୍କ ଠାରୁ ଶାବଳରେ ମାଡ଼ ଖାଇଲା ପରେ କମଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାତିରେ ଏହି ଘଟଣା ଘଟିଥିବାରୁ ଅଜୟ ଘର କବାଟ ଭିତରପଟୁ ଦେଇ ଶୋଇପଡ଼ିଥିଲା। ସକାଳୁ ଘର କବାଟ ନା ଖୋଲିବାରୁ ଗାଁ ଲୋକ ସନ୍ଦେହ କରି କବାଟ ବାଡେଇଥିଲେ। ଏଥିରେ ଅଜୟ ରାଗିଯାଇ ଗାଁ ଲୋକଙ୍କୁ ଶାବଳ ଧରି ଗୋଡ଼ାଇଥିଲା।

ଗାଁ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଅଭିଯୁକ୍ତ ଅଜୟଙ୍କୁ ଅଟକରଖି ପଚରାଉଚରା କରୁଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe