୧୦୮ ନଡ଼ିଆ ଭୋଗଲାଗି କଲେ ବୃଦ୍ଧା: ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

Advertisment
୧୦୮ ନଡ଼ିଆ ଭୋଗଲାଗି କଲେ ବୃଦ୍ଧା: ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ମା’ଙ୍କ ଆଳତି ଚାଲିଥିବା ବେଳେ ପରଲୋକ ଗମନ କରିଛନ୍ତି ଜଣେ ମହିଳା ଭକ୍ତ। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା ବେଳେ ସେଠାରେ ଉପସ୍ଥିତ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତା ମହିଳାଙ୍କ ନାମ ସରସ୍ବତୀ ବେହେରାଓ  ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ସରସ୍ବତୀ ବେହେରାଙ୍କ ଘର ଭୁବନେଶ୍ୱର ପଟିଆସ୍ଥିତ କିମ୍ସ ହସ୍ପିଟାଲ ନିକଟରେ। ସେ ନିଜ ଝିଅ ମମତା ସାହୁ ଓ  ପରିବାର ସହ ଘଟଗାଁ ପୀଠକୁ ମା’ ତାରିଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ସକାଳେ ମାଙ୍କୁ ୧୦୮ ନଡ଼ିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ପାଇଁ ମାଙ୍କ ନିକଟରେ ବସିଥିଲେ। ଏହି ସମୟରେ ହଠାତ ତଳେ ଟଳି ପଡ଼ିଥିଲେ ସେ। ତା’ପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପୂର୍ବରୁ କୋଣସି ରୋଗ ନଥିଲା। ଏହା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe