ସ୍ବେଚ୍ଛାସେବୀଙ୍କ ସହଯୋଗରେ ଅସହାୟ ବୃଦ୍ଧାଙ୍କୁ ଫେରିପାଇଲେ ପରିବାର

Advertisment
ସ୍ବେଚ୍ଛାସେବୀଙ୍କ ସହଯୋଗରେ ଅସହାୟ ବୃଦ୍ଧାଙ୍କୁ ଫେରିପାଇଲେ ପରିବାର

ଜୟପୁର: ଜଣେ ଅସହାୟ, ସ୍ମରଣଶକ୍ତି ହରାଇଥିବା ୬୫ବର୍ଷିୟ ବୃଦ୍ଧାଙ୍କୁ ସୂର୍ଯ୍ୟମହଲରୁ ଉଦ୍ଧାର କରି ଟାଉନ୍ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ ସ୍ବେଚ୍ଛାସେବୀ ସିଦ୍ଧାର୍ଥ ପାତ୍ର, କାଳୀଚରଣ ଦେବଶର୍ମା, ସୁବାଷ ସାହୁ ଓ ଅରୁଣ ଜୈନ। ସେ ନିଜ ଠିକଣା କିମ୍ବା ତାଙ୍କ ସଂପର୍କରେ କିଛି କହି ପାରୁ ନଥିବା ବେଳେ ସାମାଜିକ ଗଣମାଧ୍ୟମରେ ତାଙ୍କ ଫଟୋ ଭାଇରାଲ କରିବା ପରେ ତାଙ୍କ ପରିଚୟ ମିଳିବା ସହ ପରିବାରବର୍ଗ ଥାନାକୁ ଆସି ଘରକୁ ନେଇକି ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦ୍ବିପହରରୁ ସଂଧ୍ୟା ନଇଁବା ପର୍ଯ୍ୟନ୍ତ ମହାନ୍ତିସାହିର ଭାଷୀ ମହରାଣା ନାମକ ବୃଦ୍ଧା ଜଣକ ସୂର୍ଯ୍ୟମହଲ ପରିସରରେ ଆସି ସେଭଳି ଗୋଟିଏ ସ୍ଥାନରେ ବସି ରହିଥିଲେ। ତାଙ୍କୁ ଦେଖି ସ୍ବେଚ୍ଛାସେବୀ ମାନେ କଥା ହୋଇ ତାଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ବୟସାଧିକ ଓ ସ୍ମରଣଶକ୍ତି କମ୍ ଥିବା ଯୋଗୁଁ ସେ ସ୍ପଷ୍ଟ ଭାବେ କିଛି କହି ପାରିନଥିଲେ। ସଂଧ୍ୟାରେ ସ୍ବେଚ୍ଛାସେବୀ ମାନେ ଟାଉନଥାନା ପୁଲିସକୁ ସୂଚନା ଦେବା ସହ ସାମାଜିକ ଗଣମାଧ୍ୟମରେ ତାଙ୍କ ଫଟୋଚିତ୍ର ଭାଇରାଲ କରିଥିଲେ। ତା ପରେ ବୃଦ୍ଧାଙ୍କ ଜ୍ବୋଇଁ ତ୍ରିନାଥ ମହାରାଣା ଥାନାକୁ ଆସି ନିଜ ପରିଚୟପତ୍ର ସହ ବୃଦ୍ଧାଙ୍କ ସଂପର୍କରେ ସୂଚନା ଦେଇ ସେ ତାଙ୍କ ସହ ସାଙ୍ଗରେ ନେଇଥିଲେ। ବୟସାଧିକ ଥିବା ବୃଦ୍ଧ, ବୃଦ୍ଧା ବାପା, ମା’, ଅଜା, ଆଇ , ଜେଜେବାପା, ଜେଜେ ମା’ ଆଦିଙ୍କ ପ୍ରତି ପିଲାମାନେ ଯେଭଳି ଉତ୍ତରଦାୟିତ୍ବର ସହ ଦାୟିତ୍ବ ନିଭାଇବା କଥା। ବୟସାଧିକ ହେବା ପରେ ସେମାନଙ୍କ ମାନସିକ ସ୍ଥିତି ଭଲ ନ ରହିବା ଏବଂ ସ୍ମରଣଶକ୍ତି କମି ପାରେ ତେଣୁ ତାଙ୍କ ପ୍ରତି ଅଧିକା ଧ୍ୟାନ ଦିଆଯାଉ ବୋଲି ସ୍ବେଚ୍ଛାସେବୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe