ବୃଦ୍ଧାଙ୍କୁ ପିଟିପିଟି ହତ୍ୟା : ନାତିକୁ ମୁକୁଳାଇବାକୁ ଯାଇ ପ୍ରାଣ ହରାଇଲେ

Advertisment
ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

patrika.com

କପ୍ତିପଦା/ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୋଳିଅଳମ ପଞ୍ଚାୟତ ନଛିପୁର ମଢ଼େଇ ସାହିରେ ଜଣେ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗ୍ରାମର ସରୋଜିନୀ ନାଏକ, ତୁଳସୀ ନାଏକ, ଝୁନୁ ବଡଗଁୟା ଓ ଟିକି ବଡଗଁୟା।

ସୂଚନା ମୁତାବକ ନଛିପୁର ମଢ଼େଇସାହି ଗ୍ରାମର ଫୁଲମଣି ରାଉତ (୭୦)ଙ୍କ ନାତି ନିଶିକାନ୍ତ କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି। ନିଜ ନାତିକୁ ମୁକୁଳାଇବା ପାଇଁ ଫୁଲମଣି ଗତ ୨୪ ତାରିଖରେ ଅଭିଯୁକ୍ତମାନଙ୍କୁ ନେହୁରା ହୋଇଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଫୁଲମଣିଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଆସି ବିରୋଧ କରିବାରୁ ଅଭିଯୁକ୍ତମାନେ ପଳାଇଥିଲେ। ଗୁରୁତର ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଘରେ ଛାଡ଼ି ଦେଇଥିବାବେଳେ ଗତକାଲି ରାତିରେ ଫୁଲମଣିଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe