ତୀର ମାଡ଼ରେ ବୃଦ୍ଧା ଗୁରୁତର

ତୀର ମାଡ଼ରେ ବୃଦ୍ଧା ଗୁରୁତର

କରଂଜିଆ ଗୋଲେଇ : ତୀର ମାଡ଼ରେ ଆଜି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧା ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଂଜିଆ ଥାନା ଅନ୍ତର୍ଗତ ପଣସପାଳ ଗ୍ରାମର ନାନ୍ଦି ହୋ(୬୦)। ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତୀର ମାଡ଼ର କାରଣ ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ସକାଳେ ନାନ୍ଦି ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳିବାରେ ଥିବା ବେଳେ ଗଛ ଉପରୁ ଗୋଟିଏ ତୀର ଆସି ତାଙ୍କ ଛାତିରେ ବାଜିଥିଲା। ଏହାଦେଖି ସାଥୀ ମହିଳାମାନେ ତାଙ୍କୁ ଉଦ୍ଧାର କରି କରଂଜିଆ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କିଏ, କାହିଁକି ତୀର ମାଡ଼ କଲା, ସେନେଇ କିଛି ଜଣାପଡ଼ିନି। ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe