ଶ୍ରୀମନ୍ଦିରରେ ବୃଦ୍ଧାଙ୍କୁ ଦୁର୍ବ୍ୟବହାର: ଜେଟିପି ପୁଲିସଙ୍କ ନାଆଁରେ ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କ ଝିଅ

Advertisment
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲଚେୟାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଇନଜୀବୀ

The financial express

ପୁରୀ: ସକାଳ‌େ ଜଣ‌େ ପୁଲିସ କର୍ମଚାରୀ ମହିଳା ଭକ୍ତଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ  ପୁଣି ଶ୍ରୀମନ୍ଦିରରେ ଜଣେ ବୃଦ୍ଧାଙ୍କୁ ଦୁର୍ବ୍ୟବହାର କରାଯାଇଥିବାର ଅଭିଯୋଗ ହ‌ୋଇଛି।  ଏନେଇ ସିଂହଦ୍ଵାର ଥାନାରେ ଅଭିଯୋଗ କରାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ନିଜ ଝିଅ ସହ ଆସିଥିବା ବୃଦ୍ଧାଙ୍କୁ ଜଣେ ଜେଟିପି ପୁଲିସ ଠେଲାପେଲା କରିଥିଲେ। ସେ ପ୍ରତିବାଦ କରିବାରୁ 'ତୁମ ଏହି ଗୁଣ ଯୋଗୁଁ ଭଗବାନ ତୁମକୁ ବିଧବା କରିଦେଲେ' ବୋଲି ଜେଟିପି ଜଣଙ୍କ କହିଥିଲେ। ଏହି କଥାରେ ମର୍ମାହତ ହୋଇ ବୃଦ୍ଧା ଜଣଙ୍କ କାନ୍ଦିକାନ୍ଦି ଶ୍ରୀମନ୍ଦିରରୁ ଚାଲିଯାଇଥିଲେ। ଏହା ଜାଣିବା ପରେ ତାଙ୍କ ଝିଅ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

publive-image

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ଧନଞ୍ଜୟ ଦାସଙ୍କ ପତ୍ନୀ ମାଧୁରୀ ଦାସ(୬୫) ଆଜି ସକାଳୁ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ତେବେ କୋୖଣସି କାରଣରୁ ଜଣେ ପୁଲିସ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀଜଣକ ମାଧୁରୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ମାଧୁରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିଂହଦ୍ଵାର ଥାନା ପୁଲିସ ସମ୍ପୃକ୍ତ ପୁଲିସକର୍ମଚାରୀଙ୍କୁ ଅଟକ ରଖିବାପରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ଼ା କେ ବିଶାଳ ସିଂହ ତାଙ୍କୁ ସସପେଣ୍ଡ କରିଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନାଆଁ ପ୍ରଶାନ୍ତ ଦଳେଇ ବୋଲି ଜଣାଯାଇଛି।

ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିରରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe