ମହାନଦୀର ବନ୍ୟା ଜଳରେ ଛତିଶଗଡ଼ରୁ ଭାସି ଆସିଲେ, ଓଡ଼ିଶାରେ ଉଦ୍ଧାର

ମହାନଦୀର ବନ୍ୟା ଜଳରେ ଛତିଶଗଡ଼ରୁ ଭାସି ଆସିଲେ, ଓଡ଼ିଶାରେ ଉଦ୍ଧାର

ଝାରସୁଗୁଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ। ଏକଥା ପୁଣି ଥରେ ପ୍ରମାଣିତ ହୋଇଥିବା ନେଇ ଲଖନପୁର ଅଞ୍ଚଳରେ ଏବେ ବେଶ ଚର୍ଚ୍ଚା। ମହାନଦୀର ବନ୍ୟା ଜଳରେ ଦୀର୍ଘ ୧୫ କିମି ଭାସି ଯାଇଥିଲେ ମଧ୍ୟ ଜଣେ ୭୦ ବର୍ଷୀୟା ବୃଦ୍ଧା ସୁରକ୍ଷିତ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଛତିଶଗଡ଼ ରାୟଗଡ଼ ଜିଲ୍ଲା ସିରିଆ ଥାନା ଅନ୍ତର୍ଗତ ପଞ୍ଚଧାର ଗ୍ରାମର ଏହି ବୃଦ୍ଧା ହେଉଛନ୍ତି ସୁମିତ୍ରା ମାଳି। ଗତ ଗୁରୁବାର ସେ ଝିଅ ଘର ପଡ଼ିଗାଁ’କୁ ଯିବା ପାଇଁ ସନ୍ଧ୍ୟାରେ ବାହାରିଥିଲେ। ମାତ୍ର ଗଲା ବେଳେ ସୁରାଜଗଡ଼ ବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲେ।

ମହାନଦୀର ପ୍ରଖର ସ୍ରୋତରେ ବୃଦ୍ଧା ଜଣକ ଭାସି ଯାଇ ତଳମୁଣ୍ଡରେ ଥିବା ଲଖନପୁର ବ୍ଲକ ମହୁଲପାଲି ବ୍ରିଜର ଖମ୍ବରେ ଲାଖି ଯାଇଥିଲେ। ସକାଳ ପ୍ରାୟ ୬ଟା’ରେ କିଛି ଧିବର ଡଙ୍ଗାରେ ସେଠାରେ ମାଛ ଧରୁଥିବା ବେଳେ ସେମାନଙ୍କୁ ଦେଖି ବୃଦ୍ଧା ଜଣକ ପାଟି କରି ଡାକିଥିଲେ। ଡାକ ଶୁଣି ଧୀବରମାନେ ପ୍ରଥମେ ଡରି ଯାଇଥିଲେ। ତଥାପି ଧିବର ଚିନ୍ତାମଣି ମାଝୀ ଗଭୀର ସ୍ରୋତରେ ବୃଦ୍ଧା ଲଟକି ଥିବା ଖୁମ୍ବ ପାଖକୁ ଯାଇଥିଲେ ଓ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର ହେବା ପରେ ବୃଦ୍ଧା ଜଣକ ସବୁ କଥା କହିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ତାଙ୍କ ପୁଅ ଆସି ବୃଦ୍ଧାଙ୍କୁ ନେଇ ଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି ଗତ ୨୦୧୬ ମସିହାରେ ମଧ୍ୟ ଜଣେ ଯୁବତୀ ଛତିଶଗଡ଼ରୁ ଭାସି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe