ପ୍ରେସର ବୋମା ବିସ୍ଫୋରଣରେ ବୃଦ୍ଧା ଗୁରୁତର

ପ୍ରେସର ବୋମା ବିସ୍ଫୋରଣରେ ବୃଦ୍ଧା ଗୁରୁତର

ମାଲକାନଗିରି: ନକ୍ସଲ ଦ୍ବାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇ ଜଂଗଲରେ ଲ୍ୟାଣ୍ଡମାଇନ ଓ ପ୍ରେସର ବୋମା ଖଞ୍ଜାଯାଉଥିବା ବେଳେ ଏହାର ଶିକାର ହେଉଛନ୍ତି ସାଧାରଣ ଜନତା। ଆଜି ସକାଳେ ବିଜାପୁର ଜିଲ୍ଲାର ଉସୁରର ଥାନା ଅଂଚଳର ନୁଡୁପୁଲି ଗ୍ରାମର ଜଣେ ୬୦ ବର୍ଷିଆ ବୃଦ୍ଧା ଜଂଗଲକୁ ଟୋଲ (ମହୁଲ ଫଳ) ଗୋଟାଇବାକୁ ଯାଇଥିବା ବେଳେ ପ୍ରେସର ବୋମା ବିସ୍ଫୋରଣ ହେବା ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିଲେ। ବୃଦ୍ଧା ଜଣକ ହେଲେ ନୁଡୁପାଲି ଗ୍ରାମର ଯୋଗୀ ଟାଙ୍ଗୁ। ବୃଦ୍ଧାଙ୍କ ବାମ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ତାଂକୁ ପ୍ରଥମେ ଉସୁର ମେଡିକାଲକୁ ନୋବ ପରେ ଗୁରୁତର ହେବାରୁ ବିଜାପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରେସର ବୋମାରେ କେବଳ ସୁରକ୍ଷାକର୍ମୀ ନୁହଁନ୍ତି। ବରଂ ସାଧାରଣ ଜନତା ମଧ୍ୟ ଆହତ ସହ ମୃତ୍ୟୁ ହେଉଛି। ପୁଲିସ ଓ ନକ୍ସଲ ମଧ୍ୟରେ ଚାଲିଥିବା ଛାୟା ଯୁଦ୍ଧରେ କେବଳ ନୀରିହ ଜନତା ହିଁ ବଳି ପଡୁଥିବା କୁହାଯାଇଛି। ଗତ ୫ ମାସ ମଧ୍ୟରେ ପ୍ରେସର ବୋମାର ଶିକାର ହୋଇଛନ୍ତି ୮ ଜଣ ଗ୍ରାମବାସୀ। ଏମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe