ପୋଡ଼ିହୋଇ ବୃଦ୍ଧା ମୃତ

ସର୍ପାଘାତରେ ନାବାଳିକା ମୃତ

ପଦ୍ମପୁର: ବାଂଶପାଳ ବ୍ଲକ୍‌ ମାମଲାପଶି ଗ୍ରାମର ନୁଥୁ ମୁଣ୍ତାଙ୍କ ପତ୍ନୀ ରାଧି ମୁଣ୍ତା (୫୦) ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଅତ୍ୟଧିକ ଥଣ୍ତା ହେଉଥିବାରୁ ରାଧି ଘର ନିକଟରେ ନିଆଁ ପୁଇଁ ହେଉଥିଲେ। ଅସାବଧାନତା ଯୋଗୁଁ ତାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ସେ ପୋଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ବାଂଶପାଳ ଡାକ୍ତରଖାନା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରାଧିଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe