ବଡ଼ ଭାଇକୁ ହତ୍ୟା କଲା ସାନ: ଦିଆଯାଇଥିଲା ଆତ୍ମହତ୍ୟା ରୂପ, ମାଟିତଳୁ ଶବ ଉଦ୍ଧାର

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲି ଥାନା ଅଞ୍ଚଳରେ ବଡ଼ ଭାଇକୁ ସାନ ହତ୍ୟା କରିଥିବା ଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ଅଭିଯୁକ୍ତ ସାନଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ବାମରା ବ୍ଲକ  ମହୁଲପାଲି ଥାନା ଅଞ୍ଚଳରେ ଗ୍ରାମର ସ୍ବର୍ଗତ ଇସଦାର କେର୍କେଟାଙ୍କ ସାନ ପୁଅ ସେଭେରାନ କେର୍କେଟା(୩୦)ଙ୍କ ସହିତ ଭାଉଜଙ୍କ ଅନୈତିକ ସଂପର୍କ ରହିଥିଲା। ଗତ ପ୍ରାୟ ୩/୪ ଦିନ ତଳେ ସେଭେରାନଙ୍କ ସହିତ ଭାଉଜଙ୍କ ଅସଂଯତ ଅବସ୍ଥାର ଦୃଶ୍ୟ ବଡ଼ ଭାଇ ପ୍ରଦୀପ କେର୍କେଟା ଦେଖିବା ପରେ ଗଣ୍ଡଗୋଳ ହୋଇଥିଲା।

ଏହାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ୍‌ ହୋଇଥିଲା। ପ୍ରଦୀପଙ୍କ ସ୍ତ୍ରୀ ଲଜ୍ଜ୍ୟାରେ ବାପ ଘରକୁ ପଳେଇଥିଲେ। ଏହାକୁ ନେଇ ୨ ତାରିଖ ଦିନ ପ୍ରଦୀପ ସାନ ଭାଇ ସେଭେରାନକୁ ତୋ ପାଇଁ ହିଁ ମୋ ସ୍ତ୍ରୀ ତା’ ବାପ ଘରକୁ ଚାଲି ଯାଇଛି କହି ମାରପିଟ କରିଥିଲା। ସେଭେରାନ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ପ୍ରଦୀପ ତଳେ ପଡ଼ି ଗୁରୁତର ଆହତ ହେବା ସହ ଚେତା ଶୂନ୍ୟ ହୋଇପଡିଥିଲେ। ଏଥିରେ ଭୟଭୀତ ହୋଇ ପଡ଼ିଥିଲା ପ୍ରଦୀପ। କାଳେ ଘଟଣାର ଜଣାପଡ଼ିବ ଏହା ଭାବି ବଡ଼ ଭାଇ ପ୍ରଦୀପଙ୍କ ମୁଣ୍ଡ ଉପରେ ଏକ ବଡ଼ ପଥର କଚାଡି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବାକୁ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବା ଉଦ୍ଦେଶ୍ୟରେ ସେଭେରାନ ଘର ଭିତରେ ଏକ ପ୍ଲାଷ୍ଟିକ ରଶି ସାହାଯ୍ୟରେ ଭାଇର ଶବକୁ ଝୁଲାଇବା ପରେ ମା’ଙ୍କୁ କହିଥିଲା।

ଏ ନେଇ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ ହେଁ, ଗାଁ ଲୋକ ଆସିବା ପୂର୍ବରୁ ଶବକୁ ଓହ୍ଲାଇ ନିଜ ବାଡ଼ି ପଟେ ପୋତି ଦେଇଥିଲେ। ଏ କଥା ଜାଣିବା ପରେ ଗ୍ରାମବସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣା ସଂପର୍କରେ ଖବରପାଇ ମହୁଲପାଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୋତାଶବକୁ ଖୋଳି ବାହାର କରାଯାଇ  ତଦନ୍ତ  କରିବା ସହ  ଅଭିଯୁକ୍ତ ସେଭେରାନଙ୍କୁ ଗିରଫ କରିଥିଲେ। ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ସମ୍ବଲପୁର ସାଇଣ୍ଟିଫିକ ଟିମ ପହଞ୍ଚିଥିଲା। ସୋମବାର କୁଚିଣ୍ଡା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅଭିଯୁକ୍ତ ସେଭେରାନ ବିରୋଧରେ ଦଫା ୩୦୨/୨୦୧ ଅନୁସାରେ ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe