The Logical Indian
ବିଂଝାରପୁର : ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଜନୈକା ୯ ବର୍ଷର ନାବାଳିକାଙ୍କୁ ୬୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ବିଂଝାରପୁର ଥାନା ପୁଲିସ ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିଛି। ପୀଡ଼ିତା ନାବାଳିକାଙ୍କୁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି।
ଗତକାଲି ଅପରାହ୍ଣରେ ଖରସ୍ରୋତା ନଦୀବନ୍ଧରେ ପୀଡ଼ିତା ନାବାଳିକା ଝିଅ ସାଙ୍ଗମାନଙ୍କ ସହ ଖେଳୁଥିଲା। ସନ୍ଧ୍ୟାରେ ଖେଳସାରି ସାଙ୍ଗମାନଙ୍କ ସହ ଘରକୁ ଫେରୁଥିବାବେଳେ ପୀରାମହଲ୍ଲା ଗ୍ରାମର ସେକ ବେସାରତ (୬୦) ଏକ ବାଇକରେ ଆସି ବଜାରରୁ ଚକୋଲେଟ ଆଣିବାକୁ କହି ନାବାଳିକାଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା। ସଂଧ୍ୟାରେ ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକ ବିଚଳିତ ହୋଇ ଖୋଜାଖୋଜି କରିଥିଲେ। ରାତି ପର୍ଯ୍ୟନ୍ତ ନପାଇବାରୁ ଗ୍ରାମବାସୀଙ୍କୁ ଜଣାଇଥିଲେ। ଝିଅର ସାଙ୍ଗମାନଙ୍କ ସୂଚନା ଅନୁସାରେ ପରିବାର ଲୋକ ପୀରାମହଲ୍ଲାକୁ ଯାଇ ବେସାରତଙ୍କୁ ଖୋଜିଥିଲେ। ବେସାରତ ଘରେ ନଥିବା ଏବଂ ଅନ୍ୟତ୍ର ନିର୍ମାଣ ହୋଇଥିବା ନୂଆଘରେ ସେ ଥିବା ପରିବାର ଲୋକେ କହିଥିଲେ। ଗ୍ରାମବାସୀ ବିଂଝାରପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣସାହି ନିକଟ ଏକ ନିଛାଟିଆ ସ୍ଥାନରେ ଥିବା ବେସାରତଙ୍କ ନୂଆଘର ନିକଟକୁ ଯାଇଥିଲେ। ସେଠାରେ ଘର ଭିତରୁ ନାବାଳିକାର କାନ୍ଦ ଶୁଣିବାକୁ ପାଇଥିଲେ। ଭିତରପଟୁ କବାଟ ବନ୍ଦଥିବା ଦେଖିଥିଲେ। ଗ୍ରାମବାସୀ କବାଟ ଭାଙ୍ଗି ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ବିଂଝାରପୁର ପୁଲିସ ୪୫/୨୨ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଆଜି ଅପରାହ୍ଣରେ ଏସପି ରାହୁଲ ପିଆର୍ ବିଂଝାରପୁର ଥାନାକୁ ଆସି ଘଟଣାର ତଦନ୍ତ କରି ଫେରିଛନ୍ତି।
Follow Us