ବସ୍‌ ଧକ୍କାରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ

Advertisment

photo--news first

ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ରାଗଧା ନିକଟରେ ବସ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୁରେଇଡିହିର ବନମାଳି ମହାନ୍ତ (୭୦) ଏକ ସାଇକେଲରେ ଯାଉଥିବା ବେଳେ ଭୁବନେଶ୍ବରରୁ ବାରିପଦା ଯାଉଥିବା ଓଡି୫ବି-୮୧୯୯ ଅଜୟ ଆଣ୍ତ ଅଜୟ ବସ୍‌ଟି ଧକ୍କା ଦେଇ ପଳାଇଥିଲା। ବନମାଳୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମାତ୍ରାଧିକ ବେଗ ଯୋଗୁଁ ବସ୍‌କୁ ଡ୍ରାଇଭର ନିୟନ୍ତ୍ରଣ କରି ପାରି ନଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା। ଦୁର୍ଘଟଣା ଘଟାଇ ବସ୍‌କୁ ନେଇ ଡ୍ରାଇଭର ଫେରାର ହୋଇ ଯାଇଥିବାରୁ ଲୋକଙ୍କ ମଧ୍ୟରେ ରାଗ ଦ୍ବିଗୁଣିତ ହୋଇଥିଲା। ମୃତ ବନମାଳି ଗରିବ ବ୍ୟକ୍ତି ହୋଇଥିବାରୁ କ୍ଷତିପୂରଣ ଦାବିରେ ରାଗଧା ନିକଟରେ ରାସ୍ତାରୋକୋ ହୋଇଥିଲା। ଫଳରେ ଉଭୟ ପଟରେ ଗାଡି ମୋଟର ସବୁ ଛିଡା ହୋଇ ରହିଥିଲା।

ପୁଲିସ ବାରିପଦାରୁ ସଂପୃକ୍ତ ବସ୍‌କୁ ଅଟକ ରଖି ଡ୍ରାଇଭର ଗଦାଧର ସାମଲ (୫୭)କୁ ଗିରଫ କରିଛି। ପରେ ରାସ୍ତାରୋକୋ ହଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe