ହାଟଡିହି : ବୃଦ୍ଧଙ୍କୁ ହାତୀ ଦଳିଦେଲା

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ହାଟଡିହି : ହଦଗଡ଼ ହାତୀ ଅଭୟାରଣ୍ୟରୁ ସୋସୋ ଅଞ୍ଚଳକୁ ଚାଲି ଆସିଥିବା ଦୁଇଟି ଦନ୍ତାହାତୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଗତବର୍ଷ ଏହି ହାତୀ ତିନିଟି ଜୀବନ ନେଇଥିଲା। ଦେଢ଼ମାସ ତଳେ ଆତୁରିକୋଣାର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଦନ୍ତାଟି ଆଜି ପୁଣି ଜଣେ ବୃଦ୍ଧଙ୍କୁ ଦଳି ମାରିଛି। ମୃତ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ମହାନ୍ତିପଡ଼ା ଗ୍ରାମର ପାଗଳ ବେହେରା (୬୫)।

ପାଗଳ ପାଟକନାରେ ଥିବା ତାଙ୍କ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ ଦଳି ଦେଇଥିବା ପରିବାର ଲୋକେ କହିଛନ୍ତି। ଖବରପାଇ ଆଗରପଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଛନ୍ତି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ୪୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଶେଷକୃତ୍ୟ ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯାଇଛି। ବନ ବିଭାଗ ଘଉଡ଼ାଇବା ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe