ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ଅନୁଗୁଳ/ବନ୍ତଳା : ହାତୀ ଆକ୍ରମଣରେ ଯାଇଛି ଆଉ ଜଣଙ୍କ ଜୀବନ। ଆଜି ଅନୁଗୁଳ ବ୍ଲକ୍‌ ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତ ମହିଧରପଡ଼ା ଗାଁର ଗଣେଶ୍ବର ବେହେରା(୭୮) ଦନ୍ତା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ୩ ମାସରେ ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଅଞ୍ଚଳରେ ପାଖାପାଖି ୬ ମାସ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଗାଁମୁହାଁ ହୋଇଥିବା ହାତୀ ଆଉ ଜଙ୍ଗଲକୁ ଫେରୁ ନାହାନ୍ତି। ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଲୋକଙ୍କ ଜୀବନ ବି ନେଉଛନ୍ତି। ଆଜି ମହିଧରପଡ଼ା ଗାଁରେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇବା ସହ ଗଣେଶ୍ୱର ବେହେରାଙ୍କୁ ଆକ୍ରମଣ କରିଥିଲା। ହାତୀ ତାଙ୍କୁ ଶୁଣ୍ଢରେ ପିଟିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ଦନ୍ତା ଆକ୍ରମଣରେ ଜ‌ଣଙ୍କର ମୃତ୍ୟୁ ହେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ସେପଟେ ନରହନ୍ତା ଦନ୍ତା ଗାଁ ଛାଡ଼ି ଯାଇ ନ ଥିଲା। ଫଳରେ, ରାସ୍ତ‌ାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ପାଖାପାଖି ୩ ଘଣ୍ଟା ଧରି ହାତୀ ଗାଁରେ ବୁଲିବା ପରେ ମାଗୁରାଖାଲ ଜଙ୍ଗଲକୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe