Image Source: India Today
ଫୁଲନଖରା : ଶୋଇଥିବା ଶେଯରେ ନିଆଁ ଲାଗି ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାରଙ୍ଗ ବ୍ଲକ୍ ହରିଅନ୍ତା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
୮୨ ବର୍ଷ ବୟସ୍କ କାଳନ୍ଦୀ ପ୍ରଧାନ ଓ ତାଙ୍କ ପତ୍ନୀ ଚମ୍ପାବତୀ ପ୍ରଧାନ (୮୦)। ଗତକାଲି ରାତିରେ ଶୋଇଥିଲାବେଳେ ଘରେ ଜଳୁଥିବା ଡିବିରିରୁ ନିଆଁ ଶେଯରେ ଲାଗି ଯାଇଥିଲା। ଶେଯ ଜଳିଥିଲେ ବି ଅନେକ ସମୟ ପର୍ଯ୍ୟନ୍ତ ବୃଦ୍ଧ ଦମ୍ପତି ଘଟଣା ସଂପର୍କରେ ଜାଣି ପାରି ନଥିଲେ। କାଳନ୍ଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ଚମ୍ପାବତୀଙ୍କ ଶରୀରର ଶତକଡ଼ା ୭୦ ଭାଗ ଅଂଶ ପୋଡ଼ିଯାଇଥିଲା। ଘରୁ ଧୂଆଁ ଉଠୁଥିବା ଦେଖି ଅନ୍ୟ ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପରିବାରର ଅନ୍ୟ ଲୋକ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।
Follow Us