ଯୋଗ କଲାବେଳେ ଟଳିପଡ଼ିଲେ

Advertisment
ମହାନଦୀକୁ ଡେଇଁ ଛାତ୍ରୀ ମୃତ

ପାରଳାଖେମୁଣ୍ଡି : ଆଜି ସକାଳେ ପାରଳାଖେମୁଣ୍ଡି ରାମନଗର ପଡ଼ିଆରେ ଆରମ୍ଭ ହୋଇଥିବା ଯୋଗ ଶିବିରରେ ଏକ ଅଭାବନୀୟ ଘଟଣା ଘଟିଛି। ଯୋଗ କରୁଥିବା ବେଳେ ଜଣେ ବୃଦ୍ଧ ଅସୁସ୍ଥ ହୋଇ ହଠାତ୍ ଟଳି ପଡ଼ିଥିଲେ। ଶିବିରରେ ଉପସ୍ଥିତ ଥିବା ଡା. ଲୋକନାଥ ରାଜୁ ଅସୁସ୍ଥ ବ୍ୟକ୍ତିଙ୍କୁ ସଚେତ କରିବାକୁ ଉଦ୍ୟମ କରିଥିଲେ ମଧୢ କିଛି ସୁଫଳ ମିଳିନଥିଲା। ତୁରନ୍ତ ତାଙ୍କୁ ଶିବିର ଆୟୋଜକମାନେ ପାରଳା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଦାୟିତ୍ବରେ ଥିବା ଡାକ୍ତର ବୃଦ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ । ବୃଦ୍ଧଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିପାରି ନାହିଁ। ପୁଲିସ ହେପାଜତରେ ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପରିଚୟ ସ˚ଗ୍ରହ ପାଇଁ ତାଙ୍କ ଫଟୋକୁ ନିକଟତମ ଥାନା ଏବ˚ ଗଣମାଧୢମରେ ପ୍ରଚାର କରାଯାଇଥିବା ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି। ଏଭଳି ଘଟଣାରେ ଶିବିରାର୍ଥୀ ଏବ˚ ଆୟୋଜକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe