ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ୬୩ ବର୍ଷୀୟ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ୍‌

Advertisment
୧ ବର୍ଷ ପରେ ଦୁଇ ଲୁଟେରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

ବାଲେଶ୍ବର : ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ତ ସହ ୨୦ ହଜାର ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ତ ଭୋଗିବାକୁ ରାୟ ଶୁଣାଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣକ ୬୩ବର୍ଷର ବୃଦ୍ଧ। ୨୦୧୮ ମସିହା ମେ ମାସ ୧୬ ତାରିଖରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୧୦ ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ସେହି ଅଞ୍ଚଳର ମନ୍ମଥ ଜେନା (୬୩) ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସ୍ପେସାଲ ପିପି ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe