ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ବିଂଝାରପୁର : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ନାଉପାଳ ଗ୍ରାମର କୃଷ୍ଣଚନ୍ଦ୍ର ମଲିକ (୬୯)ଙ୍କୁ ସେହି ଗ୍ରାମର ୩ ଜଣ ଲୋକ ପିଟିପିଟି ହତ୍ୟା କରିଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗରୁ ପ୍ରକାଶ ଯେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ରବିବାର ସକାଳେ କୃଷ୍ଣଚନ୍ଦ୍ର କୌଣସି କାମରେ ବାଳମୁକୁଳି ଛକକୁ ଯାଇଥିବା ବେଳେ ସେହି ଗ୍ରାମର ଅଲେଖ ମଲିକ ଏବଂ ତାଙ୍କ ଦୁଇପୁଅ ପ୍ରଶାନ୍ତ ମଲିକ ଓ ସୁଶାନ୍ତ ମଲିକ ତାଙ୍କୁ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରକୁ ନିଆଯାଇଥିଲା। ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବୋହୂ ଖୁଲଣା ମଲିକ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଆଇଆଇସି ଶଙ୍କର୍ଷଣ ଦଳାଇ ୨୮୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ୨ ଜଣଙ୍କୁ ଅଟକ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe