ଆଖି ଓ ଫିଙ୍ଗର୍ ପ୍ରିଣ୍ଟ୍ କାମ କଲାନି ବୋଲି ବୃଦ୍ଧଙ୍କୁ ମିଳିଲାନି ରାସନ

ଏନ୍‌ଏଫ୍‌ଏସ୍‌ଏରେ ୩.୭୬ କୋଟି ହିତାଧିକାରୀ ସାମିଲ

Mint

ଦଶପଲ୍ଲା : ମହାମାରୀ କରୋନା ସାଙ୍ଗକୁ ତାଲାବନ୍ଦ ପାଇଁ ଜନସାଧାରଣଙ୍କ ଜୀବନ ଜୀବିକା ଠପ୍ ହୋଇ ପଡିଛି। ଏଭଳି ସ୍ଥିତିରେ ଅନେକ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ଠାରୁ ମିଳୁଥିବା ରାସନ ଏକମାତ୍ର ସାହାରା ସାଜିଥିବା ବେଳେ ଆଖି ଓ ଫିଙ୍ଗର ପ୍ରିଣ୍ଟ୍ କାମ କରୁନଥିବା ହେତୁ ଜଣେ ବୃଦ୍ଧ ରାସନ ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଂଚାୟତର ଡିଗିରି ଗ୍ରାମରେ।

ଗ୍ରାମର ପଂଚାନନ ବେହେରା(୭୫) ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ମିଳୁଥିବା ୫ କିଗ୍ରା ଚାଉଳ ଉପରେ ଭରସା କରି ଚଳୁଥିବା ବେଳେ ଚଳିତ ମାସରେ ମିଳୁଥିବା ମେ ଓ ଜୁନ୍ ମାସର ଚାଉଳ ପାଇଁ ଡିଲରଙ୍କ ନିକଟକୁ ଯାଇଥିଲେ। ମାତ୍ର ବୟସାଧିକ ହେତୁ ପସ୍‌ ମେସିନରେ ଫିଙ୍ଗର୍ ପ୍ରିଣ୍ଟ୍ ଏବଂ ଆଖି କାମ କରିନଥିବା ହେତୁ ତାଙ୍କୁ ରାସନ ସାମଗ୍ରୀ ଦିଆଗଲା ନାହିଁ। ଏସମ୍ପର୍କରେ ସେ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଲାବନ୍ଦ ହେତୁ କାହାରି ଦେଖା ନପାଇ ନିରାଶ ହୋଇ ଫେରିଛନ୍ତି। ଏସମ୍ପର୍କରେ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।

ମାତ୍ର ସଂପୃକ୍ତ ଡିଲରଙ୍କ କହିବା ଅନୁଯାୟୀ ଆମକୁ ମେସିନରେ ହିତାଧିକାରୀଙ୍କ ଫିଙ୍ଗର୍ ପ୍ରିଣ୍ଟ୍ ଓ ଆଖି ସଂଯୋଗ କରାଇ ରାସନ ଦେବାକୁ ନିର୍ଦ୍ଦେଶ ହୋଇଛି। ଯେହେତୁ ତାଙ୍କର ସଂଯୋଗ ହୋଇନାହିଁ ସେଥିପାଇଁ ଦିଆଯାଇନଥିବା କହିଛନ୍ତି। ତେବେ ଲକ୍‌ଡାଉନ୍ ସମୟରେ ୫ କିଗ୍ରା ରାସନ ପାଇଁ ଜଣେ ବୃଦ୍ଧ ବାର ଦୁଆର ଘୁରି ବୁଲୁଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe