Image Courtesy of NDTV
ଉତ୍କେଲା: କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଡଙ୍ଗରମୁର୍ଲି ଗ୍ରାମର କୁନୁ ହରିଜନ (୫୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ, କୁନୁ ହରିଜନ ବୁଧବାର ଦିନ ସକାଳେ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ଘରକୁ ସେ ନଫେରିବାରୁ ପରିବାର ଲୋକେ କେସିଙ୍ଗା ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଆଜି ସକାଳେ ବୀରୁପୁରା ପାହାଡ଼ରେ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ପରିବାର ଲୋକେ ଉତ୍କେଲା ଫାଣ୍ଡିକୁ ଜଣାଇଥିଲେ।
ଖବର ପାଇ ଉତ୍କେଲା ଓ କେସିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପାହାଡ଼ ଉପରୁ ଶବ ଉଦ୍ଧାର କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କୁନୁ ମହିମା ଦୀକ୍ଷା ନେଇଥିବାରୁ ତାଙ୍କ ଶରୀରକୁ ପୋତି ଦିଆଯାଇଥିଲା।
Follow Us