ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

Advertisment
ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ

The Hans India

ପର୍ଜଙ୍ଗ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ଥମୁନି ହାତୀ ତାଣ୍ଡବ। ବୁଧବାର ଦିନ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳ ପ୍ରାୟ ୯ଟାରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ପଞ୍ଚାୟତରେ ଦନ୍ତା କଚାଡ଼ି ଦେବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେ‌ଲେ, ସାହିର ପବିତ୍ର ମାଝୀଙ୍କ ପତ୍ନୀ ଅଘେରି ମାଝୀ (୬୦)। ଉଭୟ ପବିତ୍ର ଓ ଅଘେରି ଆଜି ସକାଳେ ପଥର କୁଆଁରୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅଘେରି ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାର ଗର୍ଜନ ଶୁଣି ସ୍ୱାମୀ ପବିତ୍ର ସେଠାରୁ ଜୀବନ ବଞ୍ଚାଇ ପଳାଇ ଆସିଥିଲେ। ସେ ଏ ସଂପର୍କରେ ସାହି ଲୋକଙ୍କୁ ଜଣାଇ ବନ ବିଭାଗକୁ ଖବର ଦେଇଥିଲେ। ଏପଟେ ଦନ୍ତାଟି ବୃଦ୍ଧାଙ୍କୁ ଦଳି ମାରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe