Kerala Kaumudi
ଲଇକେରା : ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡାପଡା ନିକଟ ରକ୍ସାପଡାଠାରେ ବୁଧବାର ଅପରାହ୍ଣରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ରକ୍ସାପଡାର ସୁବାସି ସିଂ (୬୨ ବର୍ଷ) ଘର ନିକଟ ପଡ଼ିଆକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ହାତୀଟି ବୃଦ୍ଧାର ଛାତି ମୁଣ୍ଡ ଓ ହାତକୁ ଦଳି ଦେଇଥିବା ଜଣାପଡ଼ିଛି। ଖବର ପାଇ ବାଗଡିହି ଫରେଷ୍ଟର ବୁଦ୍ଧୁରାମ ରୋହିଦାସ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇ ଥିଲେ। ଅନ୍ୟ ପଟେ ବାଗଡିହ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ବିବେଦୀ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରୁଛନ୍ତି।
ପ୍ରକାଶ ଥାଉ କି ବାଗଡିହ ରେଞ୍ଜ ଅଧୀନରେ ୫ ଟିକିଆ ହାତୀ ପଲ ରହିଥିବା ଜଣାପଡ଼ିଛି। ଦନ୍ତା ହାତୀଟି ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେବା ପରେ ଦୀର୍ଘ ସମୟ ଧରି ସେହି ପାଖରେ ରହିଥିବା କୁହାଯାଉଛି।
Follow Us