ଭତ୍ତା ପାଇଁ ୨୦ କିମି ଚାଲିଲେ ବୃଦ୍ଧା

Advertisment
ଭତ୍ତା ପାଇଁ ୨୦ କିମି ଚାଲିଲେ ବୃଦ୍ଧା

ବଲାଙ୍ଗୀର : ଭତ୍ତା ଟଙ୍କା ପାଇଁ ଆଜି ଟାଣ ଖରାରେ ୨୦ କିମି ରାସ୍ତା ଚାଲିବା ପରେ ବି ନିରାଶ ହୋଇ ଫେରିଛନ୍ତି ଜଣେ ବୃଦ୍ଧା। ବଲାଙ୍ଗୀର ବଡ଼ପଡ଼ାର ଏହି ବୃଦ୍ଧା ଚନ୍ଦନଭାଟିରୁ ତାଙ୍କ ଭତ୍ତା ଟଙ୍କା ପାଇଥାନ୍ତି। ଆଜି ଭତ୍ତା ଟଙ୍କା ମିଳୁଥିବା ଶୁଣିବାକୁ ପାଇ ସେ ସେଠାକୁ ଆସିଥିଲେ। କରୋନା ଲକ୍‌ଡାଉନ୍‌ ପାଇଁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଖରାରେ ଏକୁଟିଆ ଚାଲି ଚାଲି ଆସିଥିଲେ। କିନ୍ତୁ ଆଜି ଭତ୍ତା ଟଙ୍କା ପାଇନଥିଲେ। ନିରାଶ ହୋଇ ସେ ପୁଣି ଘରକୁ ଚାଲି ଚାଲି ଫେରିଥିଲେ। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜନଜୀବନ ବିଶେଷ କରି ଗରିବ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe