ଫୁଙ୍କିଲା ବିଶ୍ବକପ୍ ବିଗୁଲ, ପୁରୀ ବେଳାଭୂମିରେ ‘ଓଲି’

ଫୁଙ୍କିଲା ବିଶ୍ବକପ୍ ବିଗୁଲ, ପୁରୀ ବେଳାଭୂମିରେ ‘ଓଲି’

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାର ସ୍ଥାୟୀ ମାସ୍କଟ ‘ଓଲି’ ଆଜି ପୁରୀ ବେଳାଭୂମିରୁ ହକି ବିଶ୍ବକପ୍‌ର ବିଗୁଲ ଫୁଙ୍କିଛି। ଓଲି ୱାଟର ସ୍କୁଟରରେ ମହୋଦଧିରୁ ବାହାରି ରେଡ୍ କାର୍ପେଟ ଦେଇ ସ୍ବତନ୍ତ୍ର ମଞ୍ଚ ଉପରକୁ ଆସିବା ସହ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଆନୁଷ୍ଠାନିକ ଭାବେ ତାକୁ ଭୁବନେଶ୍ବର ହକି ବିଶ୍ବକପର ‘ମାସ୍କଟ’ ଭାବେ ଘୋଷଣା କରିଛନ୍ତି। ‘ଓଲି ବିଶ୍ବକପ୍ ଭଳି ବୃହତ୍ ହକି ପର୍ବ ସହ ଜଡ଼ିତ ହୋଇ ଆସିଛି। ଏହା ପୂର୍ବରୁ ସେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏସୀୟ ‌େଦୗଡ଼କୁଦର ମାସ୍କଟ ଭାବେ ବେଶ୍ ଲେକାପ୍ରିୟତା ସାଉଁଟିଥିଲା। ଗହୀର ମଥାର ଅଲିଭ୍ ରିଡଲେ କଇଁଛର ସଂରକ୍ଷଣ ଏବଂ ସୁରକ୍ଷା ନେଇ ସଚେତନତା ସୃଷ୍ଟିର ଲକ୍ଷ୍ୟ ରଖି ଓଡ଼ିଶା କ୍ରୀଡ଼ାର ସ୍ଥାୟୀ ମାସ୍କଟର ନାଁ ଓଲି ରଖା ଯାଇଥିଲା। ଏହି ଓଲି ଏବେ ବିଶ୍ବକପ୍‌ର ଲୋକପ୍ରିୟତା ବଢ଼ାଇବାରେ ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି।

ଆଜି ପୁରୀ ବେଳାଭୂମି ପୂରା ବିଶ୍ବକପ ରଙ୍ଗରେ ରଙ୍ଗେଇ ହୋଇ ଯାଇଥିଲା। ବିଶ୍ବକପ୍ ମାସ୍କଟ ଭାବେ କଇଁଚ ‘ଓଲି’ର ଉନ୍ମୋଚନ ମଙ୍ଗଳବାର ରଙ୍ଗାରଙ୍ଗ ପରିବେଶରେ ହୋଇଥିଲା। ଓଲି ମହୋଦଧିର ନୀଳ ଜଳରୁ ବାହରିବା ପରେ ତାକୁ ଉପସ୍ଥିତ କୁନି କୁନି ହକିପ୍ରେମୀ, ସାଧାରଣ ଜନତା, ପର୍ଯ୍ୟଟକ ଓ ପୁରୀ ସହରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନେ ଭବ୍ୟ ସ୍ବାଗତ ସମ୍ବଧର୍ନା ଦେଇଥିଲେ। ଏହି ସ୍ବତନ୍ତ୍ର ଉତ୍ସବରେ କ୍ରୀଡ଼ାମନ୍ତ୍ରୀଙ୍କ ସହ ପୁରୀ ବିଧାୟକ ତଥା ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି, ବ୍ରହ୍ମଗିରି ବିଧାୟକ ସଂଜୟ ଦାଶବର୍ମା, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଉପସ୍ଥିତ ଥିଲେ। ଓଲିକୁ ଖୋଲା ହୃଦୟରେ ଗ୍ରହଣ କରିବାକୁ କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସେହିଭଳି ଓଲିକୁ ଆମେ ପୁରୀକୁ ସ୍ବାଗତ କରୁଛୁ। ବିଶ୍ବବାସୀ ମଧ୍ୟ ତାକୁ ସେହି ଶ୍ରଦ୍ଧା ଓ ସମ୍ମାନ ଦେବେ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାସ ଓଲିକୁ ସ୍ବାଗତ କରିବା ସହ ବିଶ୍ବକପ୍ ବେଳେ ପୁରୀ ପ୍ରଶାସନ ବେଳାଭୂମିକୁ ପରିସ୍କାର ରଖିବାକୁ ଚେଷ୍ଟା କରିବ ବୋଲି କହିଥିଲେ। ବିଶ୍ବକପ୍ ଅବସରରେ କୋଣାର୍କ ମହୋତ୍ସବ ଆୟୋଜିତ ହେଉଥିବାରୁ ବିଦେଶୀ ପର୍ଯ୍ୟଟକ ଅଧିକ ମାତ୍ରାରେ ଆସିବାର ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe