ସମୁଦ୍ରକୁ ଗଲେ ୨୫ ଲକ୍ଷ କଇଁଛ ଶାବକ, ଅଧିକ ସଂଖ୍ୟକ ଅଣ୍ଡା ନଷ୍ଟ

Advertisment
ସମୁଦ୍ରକୁ ଗଲେ ୨୫ ଲକ୍ଷ କଇଁଛ ଶାବକ, ଅଧିକ ସଂଖ୍ୟକ ଅଣ୍ଡା ନଷ୍ଟ

ରାଜନଗର : ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଏନ୍ତୁଡିଶାଳ ଗହୀରମଥାରେ ଗତ ୫ଦିନ ଧରି ଜାରି ରହିଛି ଅଣ୍ଡାରୁ ଛୁଆ ଫୁଟିବା ପର୍ବ। ୫ ଦିନ ମଧ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛ ଶାବକ ବଙ୍ଗୋପସାଗରରେ ଜଳକ୍ରୀଡା ଆରମ୍ଭ କରିଛନ୍ତି। ସଂଜ ନଇଁବା ପରଠୁ ସିନ୍ଦୁରା ଫାଟିବା ପର୍ଯ୍ୟନ୍ତ ଏହି ପ୍ରାକୃତିକ ପ୍ରକ୍ରିୟା ଜାରି ରହିଛି। ଏହି ପକ୍ରିୟା ଆଉ ୨/୩ ଦିନ ଚାଲୁ ରହିବ ବୋଲି କୁହାଯାଉଛି।

ଏ ବର୍ଷ ୭୦ ପ୍ରତିଶତ ବସାରୁ ଛୁଆ ଫୁଟି ସାରିଛନ୍ତିି। ଚଳିତ ମାସ ୨୩ ତାରିଖ ରାତିରୁ କଇଁଛ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜନଗର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ସୂଚନା ମୁତାବକ, ୭୦ ପ୍ରତିଶତ ଅଣ୍ଡାରୁ ଛୁଆ ଫୁଟି ସାରିଥିବା ବେଳେ ଆଉ ୩୦ ପ୍ରତିଶତ ଅଣ୍ଡାରୁ ଛୁଆ ବାହାରିବ। ଅର୍ଥାତ୍‌ କଇଁଛ ଶାବକଙ୍କ ସଖ୍ୟା ୪୦ ଲକ୍ଷ ମଧ୍ୟରେ ସୀମିତ ରହିବ ବୋଲି କୁହାଯାଉଛି। ପ୍ରତିଟି କଇଁଛ ୧୦୦ ରୁ ୧୨୦ଟି ଅଣ୍ଡା ଦେଇଥିବା ବେଳେ ପାଖାପାଖି ୭ କୋଟି କଇଁଛ ଶାବକ ବାହାରିବା କଥା। ମାତ୍ର ୭୦ ପ୍ରତିଶତ ଅଣ୍ଡାରୁ ୨୫ ଲକ୍ଷ କଇଁଛ ଶାବକ ବାହାରିବା ଘଟଣା ଉଦ୍‌ବେଗ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe