ଓଏମ୍‌ସି ପାଳିଲା ୬୭ତମ ପ୍ରତିଷ୍ଠା ଦିବସ: ଓଏମ୍‌ସି ପ୍ରତିଷ୍ଠା କରିବ ୫ଟି ଆଦର୍ଶ ବିଦ୍ୟାଳୟ, ଗୋଟିଏ ଦକ୍ଷତା ଏକାଡେମି

Advertisment

ଓଏମ୍‌ସି ଲୋକଙ୍କ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ

ଓଏମ୍‌ସି ଲୋକଙ୍କ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ

ଓଏମ୍‌ସି ପାଳିଲା ୬୭ତମ ପ୍ରତିଷ୍ଠା ଦିବସ: ଓଏମ୍‌ସି ପ୍ରତିଷ୍ଠା କରିବ ୫ଟି ଆଦର୍ଶ ବିଦ୍ୟାଳୟ, ଗୋଟିଏ ଦକ୍ଷତା ଏକାଡେମି

ଭୁବନେଶ୍ବର :ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଆଜି ୬୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛି। ଓଏମ୍‌ସି ନିଜସ୍ବ ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ସହ ଏମ୍‌ଓୟୁ ସ୍ବାକ୍ଷର କରିବା ସହ କୋଇରା ସ୍ଥିତ ଆଇଟିଆଇରେ ଦକ୍ଷତା ଏକାଡେମି ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ସହ ଏମ୍‌ଓୟୁ କରିଛି। ୨୦୮କୋଟି ଟଙ୍କା ବ୍ୟୟରେ ଏହି ସବୁ ପ୍ରକଳ୍ପ କରିବାକୁ ଥିବାବେଳେ ଏହାର ପରିଚାଳନା ପାଇଁ ବାର୍ଷିକ ୩୦କୋଟି ଲେଖାଏଁ ଖର୍ଚ୍ଚ କରିବ ବୋଲି ନିଷ୍ପତ୍ତି ନେଇଛି।

publive-image

ଓଏମ୍‌ସିର ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ଅଭିବୃଦ୍ଧି ପା‌ଇଁ ଏକ ସାମଗ୍ରିକ ପରିବେଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଆଜି ଲୋକସେବା ଭବନ‌ କନଭେନସନ୍ ସେଣ୍ଟରରେ ଓଏମ୍‌ସିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି ଯେ, ଓଏମ୍‌ସି ସର୍ବଦା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେବା ସହ ଲୋକଙ୍କ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିଛି। କୋଭିଡ-୧୯ ମହାମାରୀ ସମୟରେ ଓଏମ୍‌ସିର ପଦକ୍ଷେପ ଉଚ୍ଚପ୍ରଶଂସନୀୟ। କ୍ରୀଡ଼ା, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ର ହେଉ କି ପାରିପାର୍ଶ୍ବିକ ଉନ୍ନତୀକରଣ ଓଏମ୍‌ସି ସର୍ବଦା ଉତ୍କର୍ଷତା ଦେଖାଇବାକୁ ଉଦ୍ୟମ କରିଛି।

publive-image

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଏମ୍‌ସି ଓଡ଼ିଶାର ଅନ୍ୟତମ ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି କମ୍ପାନି ମଧ୍ୟରେ ଅନ୍ୟତମ। ଗତ ଆର୍ଥିକ ବର୍ଷରେ ଏହା ୩୦ମିଲିଅନ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହ ୧୭ହଜାର କୋଟିର ଟର୍ଣ୍ଣଓଭର ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଏହା ଆହୁରି ବଢ଼ିବା ସହ ଦେଶର ଅନ୍ୟ ପିଏସ୍‌ୟୁମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଆଗାମୀ ଦିନରେ ଓଏମ୍‌ସି ସଫଳତାର ଶୀର୍ଷରେ ପହଞ୍ଚିବା ସହ ଅନ୍ତର୍ଜାତୀୟସ୍ତରରେ ଏକ ପ୍ରତିଷ୍ଠିତ ସଂସ୍ଥା ହେଉ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏମ୍‌ସି ଆନ୍ଥେମ ଲୋକାର୍ପିତ କରିଥିଲେ। ଏହାସହ ବାଂଶପାଣି, ଉଞ୍ଚାବାଲି ଏବଂ ଖଣ୍ଡାବନ୍ଧରେ ୩ଟି ଲୁହାପଥର ଖଣି, ଦୁଇଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କରିଥିଲେ। ୩୯ଜଣ ଜୁନିଅର ଆକାଉଟାଣ୍ଟ, ଇଲେକ୍ଟ୍ରିସିଆନଙ୍କୁ ନିଯୁକ୍ତିପତ୍ର ଦେଇଥି‌େଲ।

publive-image

ଏହି କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଯୋଗଦେଇଥିଲେ। ବିଭାଗର ପ୍ରମୁଖସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଡି.କେ ସିଂହ ସ୍ବାଗତ ଭାଷଣ ଦେଇଥିବାବେଳେ ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe