ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଦେଲା ଓଏମ୍‌ସି

Advertisment
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଦେଲା ଓଏମ୍‌ସି

Tathya

ଭୁବନେଶ୍ବର : ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଓଡ଼ିଶା ଖଣି ନଗମ (ଓଏମ୍‌ସି) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସଚିବାଳୟଠାରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ତଥା ନିଗମର ଅଧ୍ୟକ୍ଷ ସଞ୍ଜୀବ ଚୋପ୍ରା, ପରିଚାଳନା ନିର୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ଅର୍ଥ ନିର୍ଦେଶକ ସତ୍ୟଜିତ୍‌ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌କରି ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି ବିଶିଷ୍ଠ ହୃଦରୋଗ ବିଶେଷଜ୍ଞ ତଥା ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟର ଉପାଧ୍ୟକ୍ଷ ଓ ପରିଚାଳନା ନି‌ର୍ଦେଶକ ରମାକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧.୫ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏଥିସହ ନୂଆଦିଲ୍ଲୀର ହେପାଟୋଲୋଜି ଆସୋସିଏଟ୍‌ ପ୍ରଫେସର ଅଶୋକ ଚୌଧୁରୀ ୫୧ ହଜାର, ବଡବିଲ୍‌ର ଏସ୍‌ ଏନ୍‌ ମହାନ୍ତି ଗ୍ରୁପ୍‌ ୧ କୋଟି, ଭୁବନେଶ୍ବରର ସ୍ବୟଂଶାଶ୍ବତ ସିଂହ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାର ବିପଦ ସମୟରେ ସହାୟତାର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe