ସାପ କାମୁଡ଼ାରେ ଓଏମ୍‌ସି କର୍ମଚାରୀଙ୍କ ମୃତ୍ୟୁ

Advertisment
ସାପ କାମୁଡ଼ାରେ ଓଏମ୍‌ସି କର୍ମଚାରୀଙ୍କ ମୃତ୍ୟୁ

Times of India

କାଳିଆପାଣି: କାଳିଆପାଣି ଥାନା ଅଧୀନ କଲରଙ୍ଗି ଓଏମ୍‌ସି କଲୋନିରେ ସାପ କାମୁଡ଼ାରେ ଓଏମ୍‌ସି କର୍ମଚାରୀ ସ୍ବର୍ଣ୍ଣଲତା ସାହୁ(୫୬)ଙ୍କର ମୃତ୍ୟୁ ହୋଇଛି। ସେ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଏଫ୍‌’ କ୍ବାରିରେ କ୍ରେଚ୍ ଆୟା ଭ‌ାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ନିଜ କ୍ବାର୍ଟର୍ସରେ ଏକୁଟିଆ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିବା କୁହାଯାଉଛି। ସକାଳୁ ଉଠି ସେ ଗୁରୁତର ‌ହୋଇପଡ଼ିଥିଲେ।

ମାଙ୍କେଡ଼ିଆ ବସ୍ତି ପାଖରେ ରହୁଥିବା ତାଙ୍କ ସ୍ବାମୀ ସନ୍ତୋଷ ସାହୁଙ୍କୁ ଫୋନ୍‌ କରି କଲରଙ୍ଗି ଛକ ପର୍ଯ୍ୟନ୍ତ ଚାଲିଚାଲି ଆସୁଥିଲେ। ‌କଲରଙ୍ଗି ପୁରୁଣା ମେଡିକାଲ୍‌ ବାରଣ୍ଡାରେ ମୁହଁ ମାଡ଼ି ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଓ ସହକର୍ମୀ ତାଙ୍କୁ ଓଏମ୍‌ସି ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କାଳିଆପାଣି ପୁଲିସ ସୁକିନ୍ଦାରେ ପହଞ୍ଚି ଶବ ଜବତ କରିଥିଲା। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୧୧/୨୨ ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe