କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍ସି)ର ବରିଷ୍ଠ ପରିବେଶ ପ୍ରବନ୍ଧକ ଡ. କୁମରମଣି ମେହେର(୪୧)ଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ଗୁରୁତର ଅସୁସ୍ଥ ହୋଇ ଗତ ୧୬ ତାରିଖରୁ ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ୨୦୧୩ ମସିହାରୁ ସେ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିରେ କାର୍ଯ୍ୟରତ ଥିଲେ। ଏଠାରୁ ବଦଳି ପରେ ଗତମାସ ଶେଷ ସପ୍ତାହରେ ସେ କାଳିଆପାଣିରୁ ରାୟଗଡ଼ା କୋଡ଼ିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଯାଇଥିଲେ। ତାଙ୍କ ମୃତ୍ୟୁରେ କାଳିଆପାଣି କଲୋନିରେ ଶୋକର ଛାୟା ଖେଳିଯାଇଛି। ପୈତୃକ ଘର ବରଗଡ଼ ସହରରେ ମରଶରୀର ପହଞ୍ଚିବା ପରେ ବହୁ ଶୁଭେଚ୍ଛୁ ଅନ୍ତିମ ଦର୍ଶନ କରିଥିଲେ। ତାଙ୍କର ବିଧବା ପତ୍ନୀ ଓ ୬ ବର୍ଷର ଶିଶୁକନ୍ୟା ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us