ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିଲା

Advertisment
ଓମ୍‌ଫେଡ୍ ଦୁଗ୍ଧ ୨ ଟଙ୍କା ବଢ଼ିଲା

image source-odisha suntimes

ଭୁବନେଶ୍ବର: ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ ନୂଆ ଦର ଲାଗୁ ହେବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା। ଓମ୍‌ଫେଡ୍‌ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧ ଦର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଇନ୍‌ପୁଟ୍‌ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ ଦୁଗ୍ଧ କ୍ରୟ ମୂଲ୍ୟକୁ ୫%ରୁ ଅଧିକ ବୃଦ୍ଧି କରାଯାଇଛି।

ଏହା ଦ୍ବାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଉତ୍ସାହିତ ‌ହେବେ। ଏହା ବାଦ୍ ଓମ୍‌ଫେଡ୍‌ ପକ୍ଷରୁ ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱର , କଟକ ଓ ପୁରୀରେ ନୂଆ ପ୍ରକାର କ୍ଷୀର ବିକ୍ରି ଆରମ୍ଭ କରାଯିବ। ଓମ୍‌ଫେଡ୍‌ର ‘ଚା’ସ୍ପେସାଲ’ ନାମରେ ଏକ କ୍ଷୀର ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୫୦୦ ମିଲିକୁ ୨୩ ଟଙ୍କା ରହିଛି। ସେହିପରି ୧୫ ଟଙ୍କାରେ ୨୦୦ ମିଲି ପ୍ୟାକେଟ୍ ଦହି ବିକ୍ରି ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe