ଓଡ଼ିଶାରେ ଆଜି ପହଞ୍ଚିବ ଓମିସିଓର କିଟ୍‌

Advertisment
ଓଡ଼ିଶାରେ ଆଜି ପହଞ୍ଚିବ ଓମିସିଓର କିଟ୍‌

NewsOnAIR

ଭୁବନେଶ୍ବର : ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ, ତାହା ଜାଣିବା ଲାଗି ଆଉ ଜିନୋମ୍ ସିକ୍ବେନ୍ସିଂ କରିବାକୁ ପଡ଼ିବନି। ନମୁନା ପରୀକ୍ଷା ଭଳି ଏହି କିଟ୍‌ ଜରିଆରେ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସମ୍ଭବ ହୋଇପାରିବ। ଓଡ଼ିଶା ସରକାର ଏହାର ୫ ଲକ୍ଷ କିଟ୍‌ ପାଇଁ ବରାଦ ଦେଇଥିବା ବେଳେ ଆଜି କିଛି କିଟ୍‌ ଓଡ଼ିଶା ଆସିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଔଷଧ ନିଗମ(ଓସିଏମ୍‌ସିଏଲ) ଏହି କିଟ୍‌ ପାଇଁ ଟାଟା ଏମ୍‌ଡିକୁ ଅର୍ଡର୍‌ ଦେଇଥିଲା। ମାତ୍ର ଆଜି କେତେ କିଟ୍‌ ଆସିବ, ତାହା ପହଞ୍ଚିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଏହି କିଟ୍‌ ଫଳରେ ଜିନୋମ ସିକ୍ବେନ୍ସିଂ କରୁଥିବା ଆଇଏଲଏସ୍‌ ଉପରେ ଚାପ କମିବ। ହେଲେ ଏହି କିଟ୍‌ ରାଜ୍ୟରେ କିଭଳି ଉପଲବ୍ଧ ହେବ, ସେ ସଂପର୍କରେ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୦୧ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିଓର କିଟ୍‌ ପାଇଁ ଓଡ଼ିଶା ଟାଟା ଏମ୍‌ଡିକୁ ଅର୍ଡର ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe